Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Vijay Welfare Scheme: ଗରିବ ପରିବାରକୁ ବର୍ଷକୁ ୩ଟି Free LPG Cylinder, Transgenderଙ୍କ ପାଇଁ Free Bus Travel

ତାମିଲନାଡୁ: ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ସୋମବାର ଏକାଧିକ ନୂଆ Welfare Scheme ଘୋଷଣା କରିଛନ୍ତି। ଆସନ୍ତା ପୋଙ୍ଗଲ ୨୦୨୭ରୁ ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ପରିବାରକୁ ବର୍ଷକୁ ୩ଟି Free LPG Cylinder ଦିଆଯିବ। ‘Annapoorani Super Six’ ଯୋଜନାରେ ପ୍ରାୟ ୧.୩ କୋଟି ପରିବାର ଉପକୃତ ହେବେ।

ଯୋଗ୍ୟ ହିତାଧିକାରୀମାନେ କିଣୁଥିବା ୩ଟି LPG ସିଲିଣ୍ଡରର ଟଙ୍କା ସିଧାସଳଖ ସେମାନଙ୍କ Bank Accountକୁ ଜମା ହେବ। ଏଥିପାଇଁ ସରକାରଙ୍କ ବାର୍ଷିକ ପ୍ରାୟ ୪,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଗଲ୍ଫ ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ଯୋଗୁଁ LPG ଯୋଗାଣ ଓ ଦର ବୃଦ୍ଧି ପରିବାରଗୁଡ଼ିକ ଉପରେ ଅତିରିକ୍ତ ଆର୍ଥିକ ଚାପ ପକାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ବିଜୟ କହିଛନ୍ତି।

ଏହାସହ Transgender ବ୍ୟକ୍ତିଙ୍କ ପାଇଁ ମାଗଣା ବସ୍‌ ଯାତ୍ରା ଘୋଷଣା କରାଯାଇଛି। ମହିଳାଙ୍କ ପାଇଁ ଚାଲୁଥିବା ‘Vettri Payana Thittam’ ଯୋଜନାକୁ ମଧ୍ୟ ବ୍ୟାପକ କରାଯାଇଛି। ଏଣିକି ସାଧାରଣ ବସ୍‌ ସହ Express, LSS ଓ Deluxe Busରେ ମଧ୍ୟ ମହିଳାମାନେ ମାଗଣା ଯାତ୍ରା କରିପାରିବେ। ଅନ୍ତଃଜିଲ୍ଲା ବସ୍‌ ସେବାକୁ ମଧ୍ୟ ଏଥିରେ ସାମିଲ କରାଯିବ ଏବଂ ଅକ୍ଟୋବର ୨ରୁ ଏହା ଲାଗୁ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ