Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Teacher Protest: ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ ତୀବ୍ର, Hunger Strike ଆରମ୍ଭ କଲେ ଆଶାୟୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଶିକ୍ଷକ ନିଯୁକ୍ତି ଦାବିକୁ ନେଇ ଆଶାୟୀଙ୍କ ଆନ୍ଦୋଳନ ଏବେ ଆହୁରି ତୀବ୍ର ହୋଇଛି। ଅଗଷ୍ଟ ୧୬ରେ ‘Demand Day’ ଭାବେ ଆନ୍ଦୋଳନର ଆରମ୍ଭ ହୋଇଥିବା ବେଳେ, ଅଗଷ୍ଟ ୨୪ ସୁଦ୍ଧା ଆଶାୟୀମାନେ ପ୍ରାୟ ଏକ ସପ୍ତାହ ଧରି ରାଜଧାନୀରେ ଧାରଣା ଦେଉଛନ୍ତି। ଲୋୟର ପିଏମ୍‌ଜିରେ ଚାଲିଥିବା ଏହି ଆନ୍ଦୋଳନରେ ସରକାରୀ ବିଦ୍ୟାଳୟର ଖାଲି ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ସହ ନୂଆ Recruitment Notification ଜାରି କରିବାକୁ ଦାବି ହୋଇଛି।

ଆନ୍ଦୋଳନକାରୀଙ୍କ ଦାବି ଅନୁସାରେ, ରାଜ୍ୟର ସରକାରୀ ହାଇସ୍କୁଲରେ ୧୩ ହଜାରରୁ ଅଧିକ ଏବଂ ପ୍ରାଥମିକ ସ୍ତରରେ ୬୦ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ରହିଛି। ଏହାସହ Special Education School ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମଧ୍ୟ ଖାଲି ପଦବୀ ରହିଥିବା ଆଶାୟୀମାନେ କହିଛନ୍ତି। ସରକାର ପୂର୍ବରୁ ପ୍ରାୟ ୪୫ ହଜାର ଶିକ୍ଷକ ନିଯୁକ୍ତି କଥା ଘୋଷଣା କରିଥିଲେ ମଧ୍ୟ ନୂଆ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇନଥିବା ନେଇ ଆଶାୟୀମାନେ ପ୍ରଶ୍ନ ଉଠାଇଛନ୍ତି।

ସରକାରଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ନିଯୁକ୍ତି କେବେ ଆରମ୍ଭ ହେବ, ସେନେଇ କୌଣସି ସ୍ପଷ୍ଟ ଆଶ୍ୱାସନ ମିଳିନଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ଏହାପରେ ଶନିବାରଠାରୁ ଆଶାୟୀମାନେ Hunger Strike ଆରମ୍ଭ କରିଛନ୍ତି। ରବିବାର ସେମାନେ ନିଯୁକ୍ତି ପାଇଁ ଏକ Recruitment Calendar ଜାରି କରିବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ, ଆନ୍ଦୋଳନସ୍ଥଳରେ ବର୍ଷା ସତ୍ତ୍ୱେ ପ୍ରତିବାଦ ଜାରି ରହିଛି। ଏବେ ସରକାର ଏହି ଦାବି ଉପରେ କି ପଦକ୍ଷେପ ନେଉଛନ୍ତି ଏବଂ ନିଯୁକ୍ତି ପ୍ରକ୍ରିୟା ନେଇ କେବେ ସ୍ପଷ୍ଟ ଘୋଷଣା କରୁଛନ୍ତି, ତାହା ଉପରେ ଆଶାୟୀଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ