Odisha Vigilance Raid: ବରିଷ୍ଠ ରାଜସ୍ୱ ସହାୟକ ଭଞ୍ଜ କିଶୋର ବେହେରାଙ୍କ ୬ ଠିକଣା ସ୍ଥାନରେ ଭିଜିଲାନ୍ସ ର ଚଢ଼ାଉ
ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ବଡ଼ Vigilance Raid। ନାଉଗାଁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ଭଞ୍ଜ କିଶୋର ବେହେରାଙ୍କ ସହ ସମ୍ପର୍କିତ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ରଘୁନାଥପୁର ବ୍ଲକ୍ର ପାଟେଣୀ ଗାଁସ୍ଥିତ ପୈତୃକ ଘର ସମେତ ତାଙ୍କ ଅଫିସ ଓ ଶ୍ୱଶୁର ଘର ଆଦି ସ୍ଥାନରେ ଏହି ଚଢ଼ାଉ ଚାଲିଛି।
ସୂଚନା ଅନୁସାରେ, ଭଞ୍ଜ କିଶୋର ବେହେରା ପୂର୍ବରୁ ତିର୍ତ୍ତୋଲ ବ୍ଲକ୍ରେ କାର୍ଯ୍ୟରତ ଥିବା ସମୟରେ ପ୍ରାୟ ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ ଭିଜିଲାନ୍ସ ତଦନ୍ତ ଜାରି ରହିଥିବା ବେଳେ ତାଙ୍କ ସମ୍ପତ୍ତି ଓ ଆର୍ଥିକ କାରବାର ସମ୍ପର୍କିତ ଦସ୍ତାବିଜ ଯାଞ୍ଚ କରାଯାଉଛି।
ଉଲ୍ଲେଖଯୋଗ୍ୟ, ଗତ ୧୨ ଅଗଷ୍ଟରେ ଭଞ୍ଜ କିଶୋର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ତ୍ତମାନ ତାଙ୍କ ସହ ସମ୍ପର୍କିତ ୬ଟି ସ୍ଥାନରେ ଏକସାଙ୍ଗରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରୁଛି।

