Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୈଶ ମୁଖ୍ୟାଳୟର ପୁନଃନିର୍ମାଣ କରୁଛି ପାକିସ୍ତାନ! ଅପରେସନ ସିନ୍ଦୂର ସମୟରେ ଧ୍ୱଂସ କରିଥିଲା ଭାରତ

ପାକିସ୍ତାନ: ପାକିସ୍ତାନରେ ପୁଣି ସକ୍ରିୟ ହେଉଛି ଜୈଶ-ଏ-ମହମ୍ମଦର ଆତଙ୍କୀ ନେଟୱର୍କ। ପ୍ରାୟ ୧୪ ମାସ ପୂର୍ବେ Operation Sindoor ସମୟରେ ଭାରତୀୟ ସେନାର ଆକ୍ରମଣରେ ଧ୍ୱଂସ ହୋଇଥିବା ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ମର୍କଜ ପୁଣି ନିର୍ମାଣ ହୋଇଥିବା ଦାବିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ନୂଆ ମର୍କଜ୍‌ର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିବା କୁହାଯାଉଛି।

ସୂଚନା ଅନୁସାରେ, ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଥିବା ଏହି ଆତଙ୍କୀ ସଂଗଠନର ଠିକଣାକୁ ପୁଣି ଏକ ବିଶାଳ କୋଠା ଆକାରରେ ନିର୍ମାଣ କରାଯାଇଛି। ମାର୍ବଲ୍‌ ଓ ଆଧୁନିକ ନିର୍ମାଣ ଶୈଳୀରେ ପ୍ରସ୍ତୁତ ଏହି କୋଠା ନିର୍ମାଣରେ ପାକିସ୍ତାନ ସରକାରଙ୍କ ସହଯୋଗ ଥିବା ନେଇ ଅଭିଯୋଗ ଉଠିଛି। ଏଥିପାଇଁ ପ୍ରାୟ ୨୫ କୋଟି ଟଙ୍କା ଦିଆଯାଇଥିବା ଦାବି ମଧ୍ୟ କରାଯାଉଛି।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ପକ୍ଷରୁ Operation Sindoor ଆରମ୍ଭ କରାଯାଇଥିଲା। ଏହି ଅଭିଯାନରେ ଜୈଶ-ଏ-ମହମ୍ମଦ ସମେତ ଆତଙ୍କୀ ସଂଗଠନର ଅନେକ ଠିକଣାକୁ ଟାର୍ଗେଟ୍‌ କରାଯାଇଥିବା ଭାରତ କହିଥିଲା। ଏବେ ଧ୍ୱଂସ ହୋଇଥିବା ମର୍କଜ୍‌ ପୁଣି ନିର୍ମାଣ ହୋଇଥିବା ଦାବି ଆସିବା ପରେ ପାକିସ୍ତାନର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ଉପରେ ପୁଣି ପ୍ରଶ୍ନ ଉଠିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ