୯ଟି ଗୁଳି ପରେ ବି ହାରିଲେନି, CRPF କମାଣ୍ଡାଣ୍ଟ Chetan Cheetahଙ୍କ ସାହସର କାହାଣୀ
ନୂଆଦିଲ୍ଲୀ: ଚାରିଆଡ଼େ ଗୁଳିର ଗର୍ଜନ, ସାମ୍ନାରେ ଆତଙ୍କବାଦୀଙ୍କ ଆକ୍ରମଣ। ଶରୀରରେ ଗୋଟିଏ କି ଦୁଇଟି ନୁହେଁ, ୯ଟି ଗୁଳି ବାଜିଥିଲା। ଗୋଟିଏ ଆଖି ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲା। ତଥାପି ହାତରୁ ବନ୍ଧୁକ ଛାଡ଼ିନଥିଲେ CRPF କମାଣ୍ଡାଣ୍ଟ ତଥା କୀର୍ତ୍ତି ଚକ୍ର ବିଜେତା Chetan Cheetah। ଗୁରୁତର ଆହତ ଅବସ୍ଥାରେ ମଧ୍ୟ ସେ ଆତଙ୍କବାଦୀଙ୍କ ସହ ଲଢ଼ିଥିଲେ ଏବଂ ତାଙ୍କୁ ନିପାତ କରିଥିଲେ।
ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୯ଟି ଗୁଳିରେ ଆହତ ହେବା ପରେ Chetan Cheetah ପ୍ରାୟ ୪୫ ଦିନ କୋମାରେ ରହିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆଶଙ୍କା ଥିଲେ ମଧ୍ୟ ସେ ଧୀରେ ଧୀରେ ସୁସ୍ଥ ହୋଇ ମୃତ୍ୟୁକୁ ମାତ୍ ଦେଇଥିଲେ। ସୁସ୍ଥ ହେବା ପରେ ପୁଣି ଡ୍ୟୁଟିରେ ଯୋଗ ଦେଇ ତାଙ୍କ ଅଦମ୍ୟ ସାହସର ଉଦାହରଣ ସୃଷ୍ଟି କରିଥିଲେ।
ମିରଟର ଚୌଧୁରୀ ଚରଣ ସିଂ ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ପରମବୀର ବନ୍ଦନମ୍’ କାର୍ଯ୍ୟକ୍ରମରେ ସେ ନିଜର ଯୁଦ୍ଧ ଅନୁଭୂତି ବଖାଣିଥିଲେ। ଛାତ୍ରଛାତ୍ରୀଙ୍କୁ ସେ କହିଥିଲେ ଯେ ଶୃଙ୍ଖଳା, ଦୃଢ଼ ମନୋବଳ ଓ ଦେଶପ୍ରେମ ହେଉଛି ସଫଳତାର ମୁଖ୍ୟ ଆଧାର। ତାଙ୍କ ଜୀବନର ଏହି ସଂଘର୍ଷ ଓ ସାହସ ଆଜି ମଧ୍ୟ ଯୁବପିଢ଼ି ପାଇଁ ଏକ ବଡ଼ ପ୍ରେରଣା।

