Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Puri Shocking Incident: ରୋଷେଇ ଘର Slab ତଳୁ ମିଳିଲା ମାଆଙ୍କ ଗଳିତ ଶବ, ପୁଅ ଫେରାର

ପୁରୀ:ପୁରୀ କୁମ୍ଭାରପଡ଼ା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକ ଭଡ଼ାଘରର ରୋଷେଇ ଘର ସ୍ଲାବ୍‌ ତଳୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ପୁଅ ମାଆଙ୍କୁ ହତ୍ୟା କରି ମୃତଦେହକୁ ସ୍ଲାବ୍‌ ତଳେ ପୋତି ଦେଇଥିବା ନେଇ ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ପ୍ରାୟ ଦୁଇ ମାସ ତଳେ ଜଣେ ମହିଳା ଓ ତାଙ୍କ ପୁଅ ଘରଟିକୁ ଭଡ଼ାରେ ନେଇ ରହୁଥିଲେ। ତେବେ ଦିନକ ତଳେ ପୁଅ ଘରୁ ଫେରାର ହୋଇଯାଇଥିଲା। ଏହାପରେ ଘର ମାଲିକଙ୍କ ସନ୍ଦେହ ହେବାରୁ ଘର ଯାଞ୍ଚ କରାଯାଇଥିଲା।

ପ୍ରାୟ ୩ ଘଣ୍ଟାର ଖୋଳାଖୋଳି ପରେ ରୋଷେଇ ଘର ସ୍ଲାବ୍‌ ତଳୁ ମହିଳାଙ୍କ ଗଳିତ ମୃତଦେହ ମିଳିଥିଲା। ଖବର ପାଇ କୁମ୍ଭାରପଡ଼ା ପୁଲିସ ସହ ସାଇଣ୍ଟିଫିକ୍‌ ଟିମ୍‌ ଓ ମାଜିଷ୍ଟ୍ରେଟ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଅନ୍ୟପଟେ ଘରୁ ଫେରାର ହୋଇଥିବା ପୁଅକୁ ଖୋଜିବା ସହ ଘଟଣାର ସମସ୍ତ ଦିଗରୁ ତଦନ୍ତ ଚଳାଇଛି ପୁଲିସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ