Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Medicine Sale Rules କଡ଼ା କଲା କେନ୍ଦ୍ର, ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା ନୂଆ କଟକଣା!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାରିଟି ଲୋକପ୍ରିୟ ଔଷଧର ବିକ୍ରି ଓ ଯୋଗାଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଔଷଧଗୁଡ଼ିକର ଅପବ୍ୟବହାର କିମ୍ବା ନିଶାଦ୍ରବ୍ୟ ଭାବେ ବ୍ୟବହାର ହେବାର ଆଶଙ୍କାକୁ ନେଇ ବିଶେଷଜ୍ଞ କମିଟିର ଚିନ୍ତା ପରେ ଏହି ପଦକ୍ଷେପ ନିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଫ୍ଲୁପେଣ୍ଟଇକ୍ସୋଲ, ଜୋପିକ୍ଲୋନ୍, ଗାବାପେଣ୍ଟିନ୍ ଏବଂ କାରିସୋପ୍ରୋଡୋଲ୍‌କୁ Drugs and Cosmetics Rulesର Schedule H1 ଅଧୀନରେ ରଖିଛି।

ନୂଆ ନିୟମ ଅନୁଯାୟୀ, ଏହି ଔଷଧଗୁଡ଼ିକ ବିକ୍ରି କରୁଥିବା ଖୁଚୁରା ଔଷଧ ଦୋକାନୀ ଓ ଫାର୍ମାସି କମ୍ପାନୀଗୁଡ଼ିକୁ ବିକ୍ରି ସମ୍ପର୍କିତ ସମସ୍ତ ତଥ୍ୟର ରେକର୍ଡ ରଖିବାକୁ ପଡ଼ିବ। ଏଥିରେ ଔଷଧ ପ୍ରେସକ୍ରାଇବ୍ କରିଥିବା ଡାକ୍ତରଙ୍କ ନାମ ଓ ଠିକଣା ସହ କେତେ ପରିମାଣର ଔଷଧ ଯୋଗାଣ କରାଯାଇଛି, ତାହା ମଧ୍ୟ ଉଲ୍ଲେଖ କରିବାକୁ ହେବ।

ଏହି ବିକ୍ରି ରେକର୍ଡକୁ ଅତିକମରେ ୩ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ସଂରକ୍ଷଣ କରିବାକୁ ହେବ। ଆବଶ୍ୟକତା ପଡ଼ିଲେ ଔଷଧ ନିୟନ୍ତ୍ରକ କର୍ତ୍ତୃପକ୍ଷଙ୍କ ଯାଞ୍ଚ ସମୟରେ ଏହି ରେକର୍ଡ ଦେଖାଇବା ବାଧ୍ୟତାମୂଳକ ହେବ। ଏହା ମାଧ୍ୟମରେ ଔଷଧର ଅନିୟନ୍ତ୍ରିତ ବିକ୍ରି ଓ ସମ୍ଭାବ୍ୟ ଅପବ୍ୟବହାର ଉପରେ ନଜରଦାରି ବଢ଼ାଇବାକୁ ସରକାର ଉଦ୍ୟମ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ