Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Family Dispute: ପାରିବାରିକ କଳହ ପାଇଁ ଗଲା ୩ ଜୀବନ? iPhone ନୁହେଁ, ସାମ୍ନାକୁ ଆସିଲା ଘଟଣାର ପ୍ରକୃତ ସତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ଏକ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପ୍ରାରମ୍ଭରେ ଏହି ଘଟଣାକୁ ଆଇଫୋନ୍‌ କିଣିବା ଏବଂ ତାହାର କିସ୍ତିକୁ ନେଇ ବିବାଦ ସହ ଯୋଡ଼ାଯାଇଥିଲା। ତେବେ ମୃତକଙ୍କ ସମ୍ପର୍କୀୟମାନେ ଏହି ଦାବିକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଘଟଣା ପଛରେ ପାରିବାରିକ ଅଶାନ୍ତି ଏବଂ ବାପା-ମାଆଙ୍କ ମଧ୍ୟରେ ଦୀର୍ଘଦିନର ମତଭେଦ ଏହି ଘଟଣାର ଏକ ବଡ଼ କାରଣ ରହିଛି ।

ସୂଚନା ଅନୁସାରେ, ୧୮ ବର୍ଷୀୟ କୁନାଲ ଚାନ୍ଦଗୁଡେ ତାଙ୍କ ବାପା ମୁରଲୀଧର ଏବଂ ମାଆ ସଙ୍ଗୀତାଙ୍କୁ ଏକାଠି ଦେଖିବାକୁ ଚାହୁଁଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଚାଲିଥିବାରୁ ସେମାନେ ଅଲଗା ଅଲଗା ରହୁଥିଲେ। ସମ୍ପର୍କୀୟଙ୍କ ଦାବି ଅନୁସାରେ, ପ୍ରାୟ ୩ ମାସ ଧରି ବାପା ଓ ମାଆ ଅଲଗା ରହୁଥିଲେ। ଘଟଣାର ଦୁଇ ଦିନ ପୂର୍ବରୁ ମୁରଲୀଧର ଘରକୁ ଫେରିଥିବା ବେଳେ ପରିବାରରେ ପୁଣି ଅଶାନ୍ତି ସୃଷ୍ଟି ହୋଇଥିବା କୁହାଯାଉଛି।

ଏହି ଘଟଣା ପରେ ଆଇଫୋନ୍‌ର କିସ୍ତିକୁ ନେଇ ଯେଉଁ କାହାଣୀ ପ୍ରଚାରିତ ହୋଇଥିଲା, ତାହାକୁ ମୃତକଙ୍କ ସମ୍ପର୍କୀୟ ପଲ୍ଲବୀ ପାଟିଲ ଅସତ୍ୟ ବୋଲି କହିଛନ୍ତି। ସୋସିଆଲ ମିଡିଆରେ ଘଟଣାକୁ ନେଇ ଭୁଲ ତଥ୍ୟ ପ୍ରଚାର ନକରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପାରିବାରିକ ବିବାଦ ସମ୍ପର୍କିତ କିଛି ତଥ୍ୟ ମଧ୍ୟ ତଦନ୍ତକାରୀଙ୍କ ନଜରକୁ ଆସିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories