Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Karnataka: ”ଦୁଦୁରା” ବିକ୍ରି ଅଭିଯୋଗରେ Amazon,Instamart ଓ BigBasketର ଖାଦ୍ୟ ଲାଇସେନ୍ସ ରଦ୍ଦ

କର୍ଣ୍ଣାଟକ:କର୍ଣ୍ଣାଟକରେ ଅନଲାଇନ୍‌ ପ୍ଲାଟଫର୍ମ ଜରିଆରେ ବିଷାକ୍ତ ଫଳ ଓ ମଞ୍ଜି ମାନବ ଖାଦ୍ୟ ଭାବେ ବିକ୍ରି ହେଉଥିବା ଅଭିଯୋଗକୁ ନେଇ ବଡ଼ ପଦକ୍ଷେପ ନେଇଛି ଖାଦ୍ୟ ସୁରକ୍ଷା ଓ ଔଷଧ ପ୍ରଶାସନ ବିଭାଗ। ବିଭାଗ ପକ୍ଷରୁ Amazon, Instamart ଏବଂ BigBasketର ଖାଦ୍ୟ ବ୍ୟବସାୟ ଲାଇସେନ୍ସକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଏହା ସହିତ ଏହି ପ୍ଲାଟଫର୍ମଗୁଡ଼ିକୁ ଧତୁରା ଫଳ ଓ ମଞ୍ଜି ସମ୍ପର୍କିତ ସମସ୍ତ ବିକ୍ରି ତାଲିକା ତୁରନ୍ତ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ବିଭାଗର ତଦନ୍ତ ସମୟରେ ବିଭିନ୍ନ ଅନଲାଇନ୍‌ ବଜାରରେ ଧତୁରା ଫଳ ଓ ମଞ୍ଜି ବିକ୍ରି ପାଇଁ ତାଲିକାଭୁକ୍ତ ଥିବା ଜଣାପଡ଼ିଥିଲା। କେତେକ ପ୍ୟାକେଟ୍‌ରେ ଖାଦ୍ୟ ଲାଇସେନ୍ସ କିମ୍ବା ପଞ୍ଜୀକରଣ ନମ୍ବର ମଧ୍ୟ ରହିଥିଲା। ଧତୁରା ବିଷାକ୍ତ ହୋଇଥିବାରୁ ଏହାର ସେବନ ମାନବ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ। ତଦନ୍ତରେ ଏହି ସାମଗ୍ରୀଗୁଡ଼ିକ ଗୋଦାମରେ ରଖାଯାଇ ଅନଲାଇନ୍‌ ମାଧ୍ୟମରେ ବିକ୍ରି କିମ୍ବା ବଣ୍ଟନ କରାଯାଉଥିବା ମଧ୍ୟ ଜଣାପଡ଼ିଥିଲା।

ଏହି ମାମଲାରେ କମ୍ପାନୀଗୁଡ଼ିକର ପ୍ରତିନିଧିମାନେ ବିଭାଗ ସମ୍ମୁଖରେ ହାଜର ହୋଇଥିଲେ। Amazon ପକ୍ଷରୁ କୌଣସି ଉତ୍ତର ଦାଖଲ କରାଯାଇନଥିବା ବେଳେ Instamart ଅତିରିକ୍ତ ସମୟ ମାଗିଥିଲା। BigBasket ପକ୍ଷରୁ ଧତୁରା ଫଳର ଅନଲାଇନ୍‌ ବିକ୍ରି ବନ୍ଦ କରାଯାଇଥିବା ଏବଂ ଭବିଷ୍ୟତରେ ପ୍ୟାକେଟ୍‌ରେ ‘ମାନବ ଖାଦ୍ୟ ପାଇଁ ନୁହେଁ’ ବୋଲି ସ୍ପଷ୍ଟ ଭାବେ ଲେଖାଯିବ ବୋଲି କୁହାଯାଇଥିଲା। ତେବେ କମ୍ପାନୀଗୁଡ଼ିକର ଉତ୍ତରକୁ ସନ୍ତୋଷଜନକ ନୁହେଁ ବୋଲି ଦର୍ଶାଇ ନିୟନ୍ତ୍ରକ ଧତୁରାକୁ ଖାଦ୍ୟ ଭାବେ ସଂରକ୍ଷଣ, ବିକ୍ରି କିମ୍ବା ବଣ୍ଟନ କରିବାକୁ ଅନୁମତିଯୋଗ୍ୟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି। ସେହିପରି ଏହି ପ୍ଲାଟଫର୍ମକୁ ଯୋଗାଣ କରୁଥିବା ବିକ୍ରେତା ଓ ଯୋଗାଣକାରୀଙ୍କ ଲାଇସେନ୍ସ ଏବଂ ପଞ୍ଜୀକରଣ ମଧ୍ୟ ତୁରନ୍ତ ସ୍ଥଗିତ କରିବାକୁ ନିର୍ଦ୍ଦେଶ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories