Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Thar Scam: ୫୧ଟି ମହିନ୍ଦ୍ରା ଥାର୍‌ କିଣାରେ ୧୨ କୋଟିର ଅନିୟମିତତା ଅଭିଯୋଗ, ତଦନ୍ତ କରୁଛି ଭିଜିଲାନ୍ସ

ଭୁବନେଶ୍ୱର: ଓଡ଼ିଶା ବନ ବିଭାଗ ପକ୍ଷରୁ ୫୧ଟି ମହିନ୍ଦ୍ରା ଥାର୍‌ ଗାଡ଼ି କିଣା ଏବଂ କଷ୍ଟମାଇଜେସନ୍‌ରେ ପ୍ରାୟ ୧୨ କୋଟି ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ନେଇ ତଦନ୍ତ ଆରମ୍ଭ ହୋଇଛି । ଏହି ମାମଲାର ତଦନ୍ତ କ୍ରାଇମ୍‌ ବ୍ରାଞ୍ଚ ନୁହେଁ ବରଂ ଭିଜିଲାନ୍ସ ବିଭାଗ କରୁଥିବା ନେଇ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି ମାମଲାର ତଦନ୍ତ କ୍ରାଇମ୍‌ ବ୍ରାଞ୍ଚ କରୁଥିବା ନେଇ ସୂଚନା ଦେଇଥିଲେ । ତେବେ ଏହା ଏକ ଅନିଚ୍ଛାକୃତ ଭୁଲ୍‌ ଥିଲା ବୋଲି ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି। ୫୧ଟି ଥାର୍‌ କିଣା ଓ କଷ୍ଟମାଇଜେସନ୍‌ ସମ୍ପର୍କିତ ଅଭିଯୋଗର ତଦନ୍ତ ଭିଜିଲାନ୍ସ ବିଭାଗ ହିଁ କରୁଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରହିବ। ତଦନ୍ତ ସମୟରେ କୌଣସି ଅନିୟମିତତା କିମ୍ବା ଦୋଷ ପ୍ରମାଣିତ ହେଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ