Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Assembly: ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ, ୯ ଦିନ ଚାଲିବ ଗୃହକାର୍ଯ୍ୟ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଏହି ଅଧିବେଶନ ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ। ଚଳିତ ମୌସୁମୀ ଅଧିବେଶନ ପାଇଁ ମୋଟ ୯ଟି କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛି।

ମୌସୁମୀ ଅଧିବେଶନରେ ବିଭିନ୍ନ ବିଲ୍‌ ଉପସ୍ଥାପନ ସହ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବିଭିନ୍ନ ଜନସ୍ୱାର୍ଥ ସମ୍ପର୍କିତ ବିଷୟକୁ ନେଇ ଗୃହରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି।

ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ରେ ଅଧିବେଶନ ଶେଷ ହେବ। ଏହି ୯ଟି କାର୍ଯ୍ୟଦିବସରେ ବିଭିନ୍ନ ବିଭାଗ ସମ୍ପର୍କିତ ପ୍ରସଙ୍ଗ, ବିଲ୍‌ ଓ ସରକାରୀ କାର୍ଯ୍ୟ ଉପରେ ବିଧାନସଭାରେ ବିସ୍ତୃତ ଆଲୋଚନା କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ