Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Puri Murder: ପଥରରେ ଛେଚି ଜଣଙ୍କୁ ହତ୍ୟା, ଜଗନ୍ନାଥ ବଲ୍ଲଭରେ ଚାଞ୍ଚଲ୍ୟ

ପୁଣି ପୁରୀରେ ହତ୍ୟାକାଣ୍ଡ। ଜଗନ୍ନାଥ ବଲ୍ଲଭ ପରିସରର ବେଣ୍ଟ ପୋଖରୀ ନିକଟରେ ପଥରରେ ଛେଚି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ, ମୃତକ ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି ଥିଲେ ଏବଂ ସେ ନିୟମିତ ଭାବେ ଏହି ସ୍ଥାନରେ ଶୋଉଥିଲେ। ତେବେ ଗତକାଲି ରାତିରୁ ତାଙ୍କ ସହ ସେଠାରେ ରହୁଥିବା ଆଉ ଜଣେ ବ୍ୟକ୍ତିଙ୍କର ମଧ୍ୟ ପତ୍ତା ମିଳୁନାହିଁ।

ଏହି ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣରୁ ବଚସା ଓ ପରେ ଗଣ୍ଡଗୋଳ ହୋଇଥାଇପାରେ ବୋଲି ପୁଲିସ ପ୍ରାଥମିକ ଭାବେ ସନ୍ଦେହ କରୁଛି। ଘଟଣାର ପ୍ରକୃତ କାରଣ ଏବଂ ହତ୍ୟାରେ କିଏ ସମ୍ପୃକ୍ତ, ତାହା ନେଇ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ