Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Army Jawan: ଦେଶ ସେବା କରିବି ନା ଘର ସମ୍ଭାଳିବି? ଜମି ବିବାଦରେ ଯବାନଙ୍କ ଭିଡିଓ ଭାଇରାଲ୍

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ଜଣେ ଯବାନଙ୍କ ଭିଡିଓ ଏବେ ଭାଇରାଲ୍ ହୋଇଛି। ଜମ୍ମୁ-କଶ୍ମୀରର LOCରେ ମୁତୟନ ଥିବା ବୀର ବାହାଦୁର ସିଂହ ଭିଡିଓରେ ନିଜ ପରିବାରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଦେଶ ସେବାରେ ସୀମାରେ ଥିବା ବେଳେ ଘରେ ବାପା-ମାଆ, ସାନ ଭଉଣୀ ଓ ଗର୍ଭବତୀ ଭଉଣୀଙ୍କୁ କିଛି ସମ୍ପର୍କୀୟ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି।

ପୁଲିସର ସୂଚନା ଅନୁସାରେ, ଘଟଣାର ମୂଳରେ ରହିଛି ଘର ଓ ଜମିଜମା ବିବାଦ। ବୀର ବାହାଦୁରଙ୍କ ବାପା ରାଜା ସିଂହ ଏବଂ ତାଙ୍କ ଦୁଇ ଭାଇଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନକୁ ନେଇ ବିବାଦ ରହିଛି। ୨୦୨୫ ଡିସେମ୍ବର ୩୧ରେ ପଞ୍ଚାୟତରେ ଏନେଇ ବୁଝାମଣା ହୋଇଥିଲା। ତେବେ ଏହି ବୁଝାମଣାକୁ ନେଇ ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ମଧ୍ୟରେ ମତଭେଦ ଦେଖାଦେଇଥିଲା। ୨୦୨୬ ଫେବ୍ରୁଆରୀ ୨୬ରେ ଏହି ବିବାଦକୁ ନେଇ ମାରପିଟ୍‌ ମଧ୍ୟ ହୋଇଥିଲା।

ପୁଲିସ କହିଛି ଯେ, ମାରପିଟ୍‌ ଘଟଣାରେ ମାମଲା ରୁଜୁ ହୋଇ ଚାର୍ଜସିଟ୍‌ କୋର୍ଟରେ ଦାଖଲ ହୋଇସାରିଛି। ଉଭୟ ପକ୍ଷ ମଧ୍ୟରେ ସମାଧାନ ପାଇଁ ପୁଲିସ ଉଦ୍ୟମ କରିଥିଲେ ମଧ୍ୟ ସହମତି ହୋଇନଥିଲା। ବର୍ତ୍ତମାନ ସମ୍ପତ୍ତି ବିବାଦ ସମ୍ପର୍କିତ ମାମଲା କୋର୍ଟରେ ବିଚାରାଧୀନ ରହିଛି। ସୀମାରେ ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନ ନିଜ ପରିବାରକୁ ନେଇ ଭିଡିଓରେ ଚିନ୍ତା ପ୍ରକାଶ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories