Bigg Boss 20: ଭାଇରାଲ୍ ହୋଇଥିବା Rhiya Ahirଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, Fan Voteରେ Bigg Boss ଘରକୁ ଯିବେ କି?
ମୁମ୍ବାଇ: ମୁମ୍ବାଇର ଶିବାଜୀ ପାର୍କରେ ଛାତ୍ର ଆନ୍ଦୋଳନ ସମୟରେ ପୁଲିସ ଭ୍ୟାନ୍କୁ ଅଟକାଇ ଚର୍ଚ୍ଚାକୁ ଆସିଥିବା ମଡେଲ ଓ ଅଭିନେତ୍ରୀ Rhiya Ahir ଏବେ Bigg Boss ୨୦ରେ ପ୍ରବେଶ କରିବା ପ୍ରସ୍ତୁତିରେ ଅଛନ୍ତି। ତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସେ ହଠାତ୍ ଲାଇମଲାଇଟ୍କୁ ଆସିଥିଲେ।
ରିପୋର୍ଟ ଅନୁସାରେ, Bigg Boss 20ର ‘Fans Ka Faisla’ ଅଭିଯାନରେ Rhiya Ahir ଓ Punjabi ମଡେଲ-ଅଭିନେତ୍ରୀ Love Gillଙ୍କ ମଧ୍ୟରୁ ଜଣଙ୍କୁ ଦର୍ଶକ ଭୋଟ୍ ଦେଇ ଚୟନ କରିବେ। ଏହି ଫ୍ୟାନ୍ ଭୋଟ୍ ମାଧ୍ୟମରେ ଯିଏ ଅଧିକ ସମର୍ଥନ ପାଇବେ, ସେ Bigg Boss ଘରେ ପ୍ରବେଶ କରିବାର ସୁଯୋଗ ପାଇବେ। ଭୋଟିଂ JioHotstar ଆପ୍ରେ ଚାଲିଛି ଏବଂ ସେପ୍ଟେମ୍ବର ରାତି ୨ଟା ୧୧:୫୯ ପର୍ଯ୍ୟନ୍ତ ଚାଲିବ।
Rhiya ଗତ ଜୁଲାଇରେ ମୁମ୍ବାଇର Shivaji Parkରେ ହୋଇଥିବା ଛାତ୍ର ପ୍ରତିବାଦ ସମୟରେ ଅଟକ ରଖାଯାଇଥିବା ପ୍ରତିବାଦକାରୀଙ୍କୁ ନେଇ ଯାଉଥିବା ପୁଲିସ ଭ୍ୟାନ୍ ସମ୍ମୁଖରେ ଠିଆ ହୋଇଥିବା ଦୃଶ୍ୟ ପାଇଁ ଭାଇରାଲ୍ ହୋଇଥିଲେ। ଏବେ ସେହି ଭାଇରାଲ୍ ଚେହେରା Bigg Boss ୨୦ର ଅଂଶ ହେବେ କି ନାହିଁ, ତାହା ଦର୍ଶକଙ୍କ ଭୋଟ୍ ଅନୁସାରେ ନିର୍ଦ୍ଧାରିତ ହେବ।

