Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Rishabh Pant: ରିଷଭ ପନ୍ତଙ୍କ କାନ୍ଧରେ ଗଭୀର ଆଘାତ, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଫିଟନେସ୍‌କୁ ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଚିନ୍ତା ବଢ଼ାଇଛି ରିଷଭ ପନ୍ତଙ୍କ ଆହତ ସମସ୍ୟା। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ବ୍ୟାଟିଂ କରୁଥିବା ବେଳେ ପନ୍ତଙ୍କ କାନ୍ଧରେ ଆଘାତ ଲାଗିଥିଲା। ଆଘାତ ପରେ ସେ ହାତରେ ପଟି ବାନ୍ଧି ଡ୍ରେସିଂ ରୁମ୍‌ରେ ରହିଥିଲେ। ଭାରତୀୟ ଦଳର ବୋଲିଂ କୋଚ୍‌ ମୋର୍ନେ ମୋର୍କେଲଙ୍କ ଅନୁସାରେ, ପନ୍ତଙ୍କ କାନ୍ଧରେ ଭଲ ଭାବେ ଆଘାତ ଲାଗିଛି ଏବଂ ତାଙ୍କ ଚଳପ୍ରଚଳରେ ମଧ୍ୟ ସମସ୍ୟା ଦେଖାଦେଇଛି।

ଆଘାତ ଯୋଗୁଁ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ପନ୍ତ ୱିକେଟ୍‌ କିପିଂ କରିନଥିଲେ। ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ୍‌ ୱିକେଟ୍‌ ପଛରେ ଦାୟିତ୍ୱ ତୁଲାଇଥିଲେ। ପନ୍ତଙ୍କ ଆଘାତ ଉପରେ ମେଡିକାଲ୍‌ ଟିମ୍‌ ନଜର ରଖିଛି। ତାଙ୍କ ଚଳପ୍ରଚଳରେ ସୁଧାର ଆସିଲେ ଚତୁର୍ଥ ଦିନ ସେ ପୁଣି ୱିକେଟ୍‌ କିପିଂ କରିପାରନ୍ତି ବୋଲି ମୋର୍କେଲ୍‌ ଆଶା ପ୍ରକାଶ କରିଛନ୍ତି।

ପନ୍ତଙ୍କ ଫିଟନେସ୍‌ ଏବେ ଭାରତୀୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ବ୍ୟାଟିଂ ସହ ୱିକେଟ୍‌ ପଛରେ ତାଙ୍କ ଅଭିଜ୍ଞତା ଓ ଗେମ୍‌ ରିଡିଂ ଭାରତ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ। ତେଣୁ ମେଡିକାଲ୍‌ ଟିମ୍‌ର ନଜରରେ ଥିବା ପନ୍ତ ଚତୁର୍ଥ ଦିନ ମଇଦାନକୁ ଫେରୁଛନ୍ତି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ