Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

TMCର ୨୦ ବିଦ୍ରୋହୀ ସାଂସଦଙ୍କୁ ନୋଟିସ୍, ୭ ଦିନ ମଧ୍ୟରେ ଜବାବ ଦେବାକୁ ଲୋକସଭା ସ୍ପିକରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (TMC)ର ୨୦ ଜଣ ବିଦ୍ରୋହୀ ସାଂସଦଙ୍କୁ ନୋଟିସ୍ ଜାରି ହୋଇଛି। ଲୋକସଭା ସ୍ପିକର ଓମ୍ ବିର୍ଲା ଦଳବଦଳ ବିରୋଧୀ ଆଇନ ଅଧୀନରେ ଏହି ସାଂସଦମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ଆଗାମୀ ୭ ଦିନ ମଧ୍ୟରେ ନୋଟିସ୍‌ର ଜବାବ ଦେବାକୁ ସାଂସଦମାନଙ୍କୁ କୁହାଯାଇଛି।

ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏହି ୨୦ ଜଣ ସାଂସଦଙ୍କ ସଦସ୍ୟତା ରଦ୍ଦ କରିବା ଦାବିରେ ଆବେଦନ କରିଥିଲେ। ଦଳରୁ ବିଦ୍ରୋହ କରି ସେମାନେ ‘ନେସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ’ରେ ଯୋଗ ଦେଇଥିବା ଅଭିଯୋଗକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏହି ମାମଲାରେ ଅଭିଷେକ ବାନାର୍ଜୀଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକ୍ରିୟା ଶେଷ କରିବାକୁ କହିଥିବା ଦାବି କରାଯାଇଛି।

ସୁପ୍ରିମକୋର୍ଟରେ ମାମଲା ପହଞ୍ଚିବା ପରେ ଲୋକସଭା ସଚିବାଳୟ ପକ୍ଷରୁ ସମ୍ପୃକ୍ତ ୨୦ ଜଣ ସାଂସଦଙ୍କୁ ନୋଟିସ୍ ଜାରି କରାଯାଇଛି। ଏବେ ସାଂସଦମାନେ ନିଜ ପକ୍ଷ ରଖିବା ପରେ ଏହି ମାମଲାରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories