Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Baliyatra 2026: ନଭେମ୍ବର ୨୪ରୁ କଟକରେ ବାଲିଯାତ୍ରା, ଉପର-ତଳ ପଡ଼ିଆରେ ଜମିବ ମେଳା; ରହିବ ଜଳକ୍ରୀଡ଼ା

କଟକ: ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା |ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜିତ ହେବ। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଏନେଇ ସୂଚନା ଦେଇଛନ୍ତି। ଚଳିତ ବର୍ଷର ଆୟୋଜନ ପୂର୍ବବର୍ଷ ତୁଳନାରେ ଅଧିକ ଭବ୍ୟ କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଚଳିତ ବର୍ଷ ବାଲିଯାତ୍ରା ଉପର ପଡ଼ିଆ ଓ ତଳ ପଡ଼ିଆ—ଉଭୟ ସ୍ଥାନରେ ଆୟୋଜିତ ହେବ। ପୂର୍ବବର୍ଷର ଆୟୋଜନ ସମୟରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାକୁ ସୁଧାରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ବିଶେଷକରି ଦର୍ଶକଙ୍କ ପାଇଁ ବଡ଼ ପାର୍କିଂ ସ୍ଥାନ, ଟ୍ରାଫିକ୍‌ ପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ପୂର୍ବରୁ ମଧ୍ୟ ବାଲିଯାତ୍ରା ସମୟରେ ପାର୍କିଂ, ଟ୍ରାଫିକ୍‌ ଓ ଭିଡ଼ ନିୟନ୍ତ୍ରଣ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଆସିଛି।

ଏଥର ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ହେବ ମହାନଦୀରେ ଜଳକ୍ରୀଡ଼ା। ବାଲିଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜଳକ୍ରୀଡ଼ା ଆୟୋଜନ କରାଯିବ। ଏଥିସହ ବାହାର ରାଜ୍ୟରୁ କଳାକାରମାନେ ଆସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ। ଉପର ଓ ତଳ ପଡ଼ିଆରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା, ପାର୍କିଂ, ଯାତାୟାତ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ସୁଚାରୁ ରଖିବା ଉପରେ ପ୍ରଶାସନର ମୁଖ୍ୟ ଫୋକସ୍‌ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories