Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nepal Flash Flood: ନେପାଳରେ ଫ୍ଲାସ୍‌ ଫ୍ଲଡ୍‌ର ପ୍ରଳୟ, ବ୍ୟାପକ କ୍ଷୟକ୍ଷତି; ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ନିର୍ଦ୍ଦେଶ

କାଠମାଣ୍ଡୁ: ନେପାଳରେ ପ୍ରବଳ ବର୍ଷା ପରେ ଭୟଙ୍କର ଫ୍ଲାସ୍‌ ଫ୍ଲଡ୍‌ ସୃଷ୍ଟି ହୋଇଛି। ଏଥିରେ ରସୁଆ ଜିଲ୍ଲାର ତିବ୍ବତ ସୀମାବର୍ତ୍ତୀ ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି। ସାଇପ୍ରୁବେଶୀ ଓ ତିମୁରେ ଅଚାନକ ବନ୍ୟାଜଳ ମାଡ଼ି ଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି। ଅନେକ ଲୋକଙ୍କ ମୃତାହତ ହୋଇଥିବା ଆଶଙ୍କା ରହିଥିବା ବେଳେ, କିଛି ଲୋକ ନିଖୋଜ ଥିବା ନେଇ ମଧ୍ୟ ସୂଚନା ମିଳିଛି।

ଫ୍ଲାସ୍‌ ଫ୍ଲଡ୍‌ ପରେ ଅନେକ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବାରୁ ଉଦ୍ଧାରକାର୍ଯ୍ୟରେ ମଧ୍ୟ ସମସ୍ୟା ଦେଖାଦେଇଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ନେପାଳ ସରକାର ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟକୁ ଜୋରଦାର କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଶୀଘ୍ର ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଉଦ୍ଧାରକାରୀ ଦଳକୁ ପଠାଯାଇଛି।

ଏପଟେ ନେପାଳ ପ୍ରଧାନମନ୍ତ୍ରୀ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ବାହିନୀ ଓ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ସମନ୍ୱୟ ରଖି ଲୋକଙ୍କୁ ଉଦ୍ଧାର କରିବା ସହ ଆବଶ୍ୟକ ସହାୟତା ଯୋଗାଇବାକୁ କୁହାଯାଇଛି। ଫ୍ଲାସ୍‌ ଫ୍ଲଡ୍‌ର ପ୍ରଭାବ ନେପାଳର ପଡ଼ୋଶୀ ଭାରତୀୟ ରାଜ୍ୟଗୁଡ଼ିକ ଉପରେ ମଧ୍ୟ ପଡ଼ିପାରେ। ବିଶେଷକରି ନେପାଳରୁ ଭାରତକୁ ପ୍ରବାହିତ ନଦୀଗୁଡ଼ିକର ଜଳସ୍ତର ଉପରେ ନଜର ରଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories