Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Mumbai Rescue: ୧୦ ମହଲାରୁ ଡେଇଁଲେ ନବବିବାହିତା, ଗଛରେ ଅଟକି ଯିବାରୁ ବଞ୍ଚିଲା ଜୀବନ

ମୁମ୍ବାଇ: ମୁମ୍ବାଇରେ ଘଟିଛି ଏକ ଚମକାଇଦେବା ଘଟଣା। ୨୬ ବର୍ଷୀୟା ଜଣେ ନବବିବାହିତା ମହିଳା ଏକ କୋଠାର ୧୦ମ ମହଲାରୁ ଡେଇଁ ପଡ଼ିବା ପରେ ତଳେ ପଡ଼ିବା ବଦଳରେ ଏକ ଗଛରେ ଅଟକି ଯାଇଥିଲେ। ମୁମ୍ବାଇର ଭାଣ୍ଡୁପ୍ ପଶ୍ଚିମ ଅଞ୍ଚଳରେ ଥିବା ସନସାଇନ୍ କୋ-ଅପରେଟିଭ୍ ହାଉସିଂ ସୋସାଇଟିରେ ଏହି ଘଟଣା ଘଟିଛି। ଲେକ୍ ରୋଡ୍‌ସ୍ଥିତ ଏକ ଫ୍ଲାଟର ଝରକାରୁ ଡେଇଁବା ପରେ ମହିଳା ଜଣକ ଭୂମିରୁ ପ୍ରାୟ ୨୦ରୁ ୨୫ ଫୁଟ ଉଚ୍ଚରେ ଗଛ ଉପରେ ଅଟକି ରହିଥିଲେ।

ଘଟଣା ସମ୍ପର୍କରେ ସକାଳ ପ୍ରାୟ ୯ଟା ୩୨ ମିନିଟରେ ସୂଚନା ପାଇବା ପରେ ମୁମ୍ବାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ କର୍ମଚାରୀମାନେ ଏକ ହୁକ୍ ସିଡି ସାହାଯ୍ୟରେ ମହିଳାଙ୍କ ନିକଟରେ ପହଞ୍ଚି ତାଙ୍କୁ ଗଛରୁ ସୁରକ୍ଷିତ ଭାବେ ତଳକୁ ଆଣିଥିଲେ। ପରେ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ବାମ ଗୋଡରେ ଗୁରୁତର ଆଘାତ ଲାଗିଥିବାରୁ ପରବର୍ତ୍ତୀ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ସିଓନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପୁଲିସ ସୂଚନା ଅନୁସାରେ, ମହିଳା ଜଣକ ମାତ୍ର ଚାରି ମାସ ପୂର୍ବରୁ ବିବାହ କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପୁଲିସ ଏପର୍ଯ୍ୟନ୍ତ ତାଙ୍କ ବୟାନ ରେକର୍ଡ କରିପାରିନାହିଁ। ତାଙ୍କ ଚେତା ଫେରିବା ପରେ ଘଟଣା ପଛର କାରଣ ଜଣାପଡ଼ିବ ଏବଂ ପୁଲିସ ପରବର୍ତ୍ତୀ ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories