Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nepal Flood Crisis: ସୁରକ୍ଷିତ ଅଛନ୍ତି ୬ ଓଡ଼ିଆ Football Players, ଫେରାଇ ଆଣିବାକୁ ସରକାରଙ୍କ ତତ୍ପରତା

ଭୁବନେଶ୍ୱର, ୨୭।୮: ନେପାଳ-ତିବ୍ଦତ ସୀମା ଅଞ୍ଚଳରେ ଭୟଙ୍କର ବନ୍ୟା ଓ Flash Flood ପରିସ୍ଥିତି ଯୋଗୁଁ ଅନେକ ଲୋକ ପ୍ରଭାବିତ ହୋଇଥିବାବେଳେ ନେପାଳର ପୋଖରାରେ ଥିବା ଓଡ଼ିଶାର ୬ ଜଣ Football Players ସୁରକ୍ଷିତ ଅବସ୍ଥାରେ ଅଛନ୍ତି। ଭୁବନେଶ୍ୱରରୁ Coach ହଲିମ୍‌ଙ୍କ ସହ ଏକ Football Match ଖେଳିବା ପାଇଁ ସେମାନେ ପୋଖରା ଯାଇଥିଲେ। ନୋଡାଲ ଅଫିସର ପ୍ରୀତିଶ ପଣ୍ଡା ଏବଂ କୋଚ୍‌ଙ୍କ ସୂଚନା ଅନୁଯାୟୀ ସମସ୍ତ ଖେଳାଳି ସୁରକ୍ଷିତ ଅଛନ୍ତି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ସେମାନଙ୍କୁ ସୁରକ୍ଷିତ ଭାବେ ଭାରତକୁ ଫେରାଇ ଆଣିବା ପାଇଁ ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ରାଜ୍ୟ ସରକାର ନେପାଳ ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି।

ଏହି ବିପର୍ଯ୍ୟୟ ମଧ୍ୟରେ ପୁରୀ ଜମି ଖୁଣ୍ଟିଆ ଜାଗା ଅଞ୍ଚଳର ରାକେଶ ରଞ୍ଜନ ପଣ୍ଡା ଏବଂ ତାଙ୍କର ଦୁଇ ଜଣ ସାଥୀ ମଧ୍ୟ ଅଳ୍ପକେ ଜୀବନ ରକ୍ଷା କରିଛନ୍ତି। ବନ୍ୟା ସମୟରେ ସେମାନେ ପାହାଡ଼ ଉପରେ ରହିଯାଇଥିବାରୁ ସୁରକ୍ଷିତ ଥିଲେ ଏବଂ ପରେ Helicopter ଯୋଗେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ସେମାନେ ଭାରତରେ ପହଞ୍ଚିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ, Australiaରେ ରହୁଥିବା ଖୋର୍ଦ୍ଧାର ପ୍ରବାସୀ ଓଡ଼ିଆ ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁଙ୍କ ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରୁନାହିଁ। ଦୁହେଁ ଅଗଷ୍ଟ ୨୨ରେ ନେପାଳରେ ପହଞ୍ଚିଥିଲେ ଏବଂ ବର୍ତ୍ତମାନ ତାଙ୍କ Mobile Phone ବନ୍ଦ ଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଛି।

ନେପାଳରେ ବିପଦରେ ଥିବା ଓଡ଼ିଶାର ଲୋକଙ୍କୁ ସହାୟତା ପାଇଁ ନୂଆଦିଲ୍ଲୀସ୍ଥିତ Odisha Bhavanରେ 24×7 Control Room ଖୋଲାଯାଇଛି। ସହାୟତା ପାଇଁ 7428135044, 8527580245 ଏବଂ Landline Number 011-23012807ରେ ଯୋଗାଯୋଗ କରାଯାଇପାରିବ। ସେହିପରି ଭାରତ ସରକାରଙ୍କ Ministry of External Affairs (MEA) ପକ୍ଷରୁ ମଧ୍ୟ +977 9851316807 ଓ +977 9709107500 Emergency Helpline Number ଜାରି କରାଯାଇଛି। ଏହି ଭୟଙ୍କର Nepal Flood Crisis ମଧ୍ୟରେ ୬ ଜଣ ଓଡ଼ିଆ Football Players ସୁରକ୍ଷିତ ଥିବା ଖବର ଆଶ୍ୱସ୍ତି ଆଣିଥିବାବେଳେ, ନିଖୋଜ ଦୁଇ ପ୍ରବାସୀ ଓଡ଼ିଆଙ୍କ ସନ୍ଧାନ ପାଇଁ ପ୍ରୟାସ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ