Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ସମସ୍ଯାକୁ ନେଇ ବିଧାୟକ ରୂପେଶ ପାଣିଗ୍ରାହୀ ଙ୍କୁ ଦାବୀ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି:୨୯/୮(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି, ବକ୍ସି ସାହି ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥ ଓ ସମ୍ପାଦକ ବିନୋଦ ବିହାରି ପଣ୍ଡା, ଯୁଗ୍ମ ସମ୍ପାଦକ ଶ୍ରୀ ଲବ ଜେନା ଏବଂ କାର୍ଯ୍ୟକାରୀ ସଦସ୍ୟ ସୁରେନ୍ଦ୍ରନାଥ ରଥ, ସୁରେନ୍ଦ୍ରନାଥ ପାଢୀ, ସୂର୍ଯ୍ୟକାନ୍ତ ପଟ୍ଟନାୟକ, ପଦ୍ମନ କୁମାର ପାଢୀ, ଶ୍ରୀ ରାଜେନ୍ଦ୍ର କୁମାର ରଥ, ସଦସ୍ୟମାନଙ୍କ ଉପସ୍ଥିତିରେ ମାନ୍ୟବର ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀଙ୍କୁ ପାରଳାଖେମୁଣ୍ଡି ବିଧାନସଭା ମଣ୍ଡଳିର କେତକ ସମସ୍ୟା କୁ ନେଇ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଦାବି ପତ୍ର ପ୍ରଦାନ କରିଥିଲେ । ଏଥିରେ ପାରଳାଖେମୁଣ୍ଡି ସହର ମଧ୍ୟସ୍ଥ ପୋଲିସ୍ ଥାନା ନିକଟବର୍ତ୍ତି ବ୍ରହ୍ମପୁର- ପାରଳାଖେମୁଣ୍ଡି ସଂଯୋଗ ରାସ୍ତାରୁ ପୁରୁଣାପାଟଣା ରାସ୍ତାର ବାମ ପାର୍ଶ୍ୱରେ ଥିବା ପରିତ୍ୟକ୍ତ ତ୍ରିକୋଣୀୟ ସ୍ଥଳି ଭାବେ ବିଶ୍ରାମ ସ୍ଥଳି ନିର୍ମାଣ ସମ୍ପର୍କେ ଉକ୍ତ ତ୍ରିକୋଣୀୟ ରାସ୍ତାକୁ ଲାଗିଥିବା ପରିତ୍ୟକ୍ତ ସ୍ଥଳିଟିକୁ ପାର୍ଶ୍ୱ କାନ୍ଥ କରି ମାଟି ପୂରଣ କଲେ ଏହି ବିଶ୍ରାମ ଏହି ବିଶ୍ରାମ ସ୍ଥାନଟି ଅଧିକ ପ୍ରସସ୍ଥ ହୋଇ ଯାତ୍ରୀମାନଙ୍କର ବିଶ୍ରାମସ୍ଥଳି ଭାବେ ବ୍ୟବହୃତ ହୋଇପାରିଥାନ୍ତା । ପୂର୍ବେ ସେହି ସ୍ଥାନରେ ଯାତ୍ରୀ ବିଶ୍ରାମଗାରଟିଏ ନିର୍ମାଣ କରାଯାଇଥିଲା । ରାସ୍ତା ପ୍ରସସ୍ଥ ସକାଶେ ତାହା ଭାଙ୍ଗିଦିଆଯାଇଛି । ଉକ୍ତ ସ୍ଥଳରେ ଯାତ୍ରୀମାନେ ରାସ୍ତାର ବାମ ପାର୍ଶ୍ୱରେ ବିଶ୍ରାମ କରି ବିଭିନ୍ନ ଗନ୍ତବ୍ୟ ସ୍ଥଳିକୁ ଗମନାଗମନ କରିଥାନ୍ତି । ତଥାପି ବର୍ତ୍ତମାନ ଯାତ୍ରୀମାନଙ୍କୁ ଖରା, ବର୍ଷାରୁ ରକ୍ଷା ନିମନ୍ତେ ବିଶ୍ରାମ ସ୍ଥଳିରେ ସାମାନ୍ୟ ଆଶ୍ରୟ ସ୍ଥଳିଟିଏ ନାହିଁ କିମ୍ବା ପରିସ୍ରାଗାର, ଲେଟ୍ରିନ୍, ପାନୀୟ ଜଳ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଉଦ୍ଧିଷ୍ଟ ରଖାଯାଇନାହିଁ । ଏଣୁ ଉକ୍ତ ରାସ୍ତା ପାର୍ଶ୍ୱକୁ ଲାଗିଥିବା ଖାଲି ସ୍ଥଳଟିକୁ ସମତଳ କରି ଓସାରିଆ କରାଯାଇପାରିଲେ ବିଶ୍ରାମଗାର ଓ ଅନୁସାଙ୍ଗିକ ବ୍ୟବସ୍ଥା କରାଯାଇପାରିଥାନ୍ତା । ସେହିପରି ସ୍ଥାନୀୟ ଜିଲ୍ଲା ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି କାର୍ଯ୍ୟାଳୟ ସମ୍ମୁଖରେ ଯାତ୍ରୀମାନଙ୍କର ଜନଗହଳି ସ୍ଥାନରେ ଏହି ବିଶ୍ରାମସ୍ଥଳିର କକ୍ଷ ନିତାନ୍ତ ଆବଶ୍ୟକତା ରହିଛି । ଏଣୁ ମଞ୍ଚ ତରଫରୁ ଅନୁରୋଧ ଏହାର ଆନୁସାଙ୍ଗିକ ବିଭାଗୀୟ ବ୍ୟବସ୍ଥା ନିମନ୍ତେ ଦାବି ପତ୍ର ପ୍ରଦାନ କରାଗଲା
ଶେଷରେ ମଞ୍ଚ ତରଫରୁ ମାନ୍ୟବର ପାରଳା ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହିଙ୍କୁ ଉକ୍ତ ବିଷୟରେ ସହଯୋଗ କରିଥିବା ଯୋଗୁଁ ସମ୍ପାଦକ ଶ୍ରୀ ବିନୋଦ ବିହାରି ପଣ୍ଡା ମାନ୍ୟବର ବିଧାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ