Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ।
ପାରଳାଖେମୁଣ୍ଡି:୫/୯(ଗରୁଡ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ରେ କେସ୍ ନଂ-୦୨/୨୦୨୬ର ତଦନ୍ତ କ୍ରମେ ଆଜି ତା.୦୪.୦୯.୨୦୨୬ରେ ପୋଲିସ କାଳୀ ପ୍ରସାଦ ପଣ୍ଡିତ (୫୪), ଭିକ୍ଟୋରୀ କଲୋନୀ, ପାରଳାଖେମୁଣ୍ଡି, ଅଶୋକ କୁମାର ମହାରଣା (୩୭), ରାଜଦାଣ୍ଡ ସାହି, ପାରଳାଖେମୁଣ୍ଡି ଏବଂ ସପନ କୁମାର ପାଣିଗ୍ରାହୀ (୫୭), ବକ୍ସି ସାହି, ପାରଳାଖେମୁଣ୍ଡିଙ୍କୁ ଗିରଫ କରିଛି। ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ
ମାନଙ୍କଠାରୁ ଗୋଷ୍ଠୀ ସଞ୍ଚୟ, ଋଣ କିସ୍ତି ଏବଂ ଅନ୍ୟାନ୍ୟ ଜମା ବାବଦରେ ସଂଗ୍ରହ କରାଯାଇଥିବା ଟଙ୍କାକୁ ଅଭିଯୁକ୍ତମାନେ ଠକେଇ ଓ ଆତ୍ମସାତ କରିଥିବା ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ୨ କୋଟି ଟଙ୍କାରୁ ଅଧିକ ଜନସାଧାରଣଙ୍କ ଟଙ୍କା ଠକେଇ ଓ ଆତ୍ମସାତ ହୋଇଥିବା ଆକଳନ କରାଯାଇଛି। ପୂର୍ବରୁ ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ **ସିଦ୍ଧା କୁମାର @ ସିଦ୍ଧା ଆରାଧ୍ୟ @ ଲକି (୩୦)**ଙ୍କୁ ତା.୨୯.୦୮.୨୦୨୬ରେ ଗିରଫ କରାଯାଇ ତା.୩୦.୦୮.୨୦୨୬ରେ ମାନ୍ୟବର SDJM, ପାରଳାଖେମୁଣ୍ଡିଙ୍କ ଅଦାଲତକୁ ପଠାଯାଇଥିଲା। ଆଜି ଗିରଫ ହୋଇଥିବା ଉପରୋକ୍ତ ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ମାନ୍ୟବର ଅଦାଲତକୁ ପଠାଯାଉଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଏସ୍. ସ୍ୱାତୀ ବର୍ତ୍ତମାନ ଫେରାର ଅଛନ୍ତି ଏବଂ ତାଙ୍କୁ ଠାବ କରି ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି। ଟଙ୍କା କାରବାର, ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଏବଂ ଆତ୍ମସାତ ହୋଇଥିବା ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories