Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ପ୍ରଗତି ମହିଳା ସଂଗଠନ ପକ୍ଷରୁ ସମାଜସେବୀ ଜସ୍ମିନ୍ ଶେଖ ସମ୍ମାନିତ

ପାରଳାଖେମୁଣ୍ଡି ଠାରେ ପ୍ରଗତି ମହିଳା ସଂଗଠନ ପକ୍ଷରୁ ସମାଜସେବୀ ଜସ୍ମିନ୍ ଶେଖ ସମ୍ମାନିତ
ପାରଳାଖେମୁଣ୍ଡି:୨୬/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି। ସ୍ଥିତ ଅନ୍ତର୍ଗତ ୟୁଟେକ୍ କମ୍ପ୍ୟୁଟର ଏଜୁକେସନ୍ ସେଣ୍ଟରଠାରେ ପ୍ରଗତି ମହିଳା ସଂଗଠନ ପକ୍ଷରୁ ଆୟୋଜିତ କୁମାର ପୂର୍ଣ୍ଣିମା ମହୋତ୍ସବ–୨୦୨୬ ଅବସରରେ ସମାଜସେବୀ ଜସ୍ମିନ୍ ଶେଖଙ୍କୁ ସମ୍ମାନିତ କରାଯାଇଛି।ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ୱୀକୃତି ଜଣାଇ ପ୍ରଗତି ମହିଳା ସଂଗଠନ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ଜସ୍ମିନ୍ ଶେଖଙ୍କୁ ଆଗାମୀ ଦିନରେ ସମାଜର ଅସହାୟ ଓ ଆବଶ୍ୟକତା ଥିବା ଲୋକଙ୍କ ପାଇଁ ଅଧିକ ଉତ୍ସାହର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।ଏହି ଅବସରରେ ମହିଳା ସଂଗଠନର ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories