Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡିର ନୂତନ ଉପଜିଲ୍ଲାପାଳଭାବେ ଭାଗବତ ସାମଲ କଲ୍ୟାଣ ରାଓ ଆଇ.ଏ.ଏସ ଙ୍କ ଦାୟିତ୍ୱ ଗ୍ରହଣ

ପାରଳାଖେମୁଣ୍ଡିର ନୂତନ ଉପଜିଲ୍ଲାପାଳଭାବେ ଭାଗବତ ସାମଲ କଲ୍ୟାଣ ରାଓ ଆଇ.ଏ.ଏସ ଙ୍କ ଦାୟିତ୍ୱ ଗ୍ରହଣ
ପାରଳାଖେମୁଣ୍ଡି:୧୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲାର ନୂତନ ଉପ ଜିଲାପାଳ ଭାବେ ୨୦୨୪ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ସୁଶ୍ରୀ ଭାଗବତ ସାମଲ କଲ୍ୟାଣ ରାଓ ଦାୟିତ୍ବ ଗ୍ରହଣ କରିଛନ୍ତି । ସୁଶ୍ରୀ ରାଓ ଗତକାଲି ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରି କହିଛନ୍ତି ଯେ, ଗଜପତି ଜିଲାରେ ତାଙ୍କର ପ୍ରଥମ ପୋଷ୍ଟି । ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ପ୍ରାଥମିକତା ଦେଇ ପ୍ରଶାସନିକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇ ସର୍ବସାଧାରଣଙ୍କ ସେବାରେ ମୁଁ ନିଜକୁ ସାମିଲ ରଖି ଦାୟିତ୍ୱର ସହ କାର୍ଯ୍ୟଭାର ତୁଲାଇବି. ଅନ୍ୟପକ୍ଷରେ, ଏଥି ପୂର୍ବରୁ କାର୍ଯ୍ୟରତ ଉପ ଜିଲାପାଳ ଅନୁପ କୁମାର ପଣ୍ଡାଙ୍କୁ ପ୍ରମୋଶନ ହୋଇଯାଇଛି. ତେବେ ବର୍ତ୍ତମାନ ସୁଦ୍ଧା ଶ୍ରୀ ପଣ୍ଡାଙ୍କ କୌଣସି ପୋଷ୍ଟି ଆଦେଶ ଆସିନଥିବା ସୂଚନା ମିଳିଛି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ