Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ଗୋସାଇଁନୂଆଗାଁ ନେହୁର ନଗର ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୨/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଚଳିତ ବର୍ଷ ଦୁର୍ଗା ପୂଜା ଉପଲକ୍ଷେ ଗୋସାଇଁନୂଆଗାଁ ନେହେରୁ ନଗର ଦୁର୍ଗା ପୂଜା କମିଟି ପକ୍ଷରୁ ସଭାପତି ଜଗଦୀଶ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏକ “ପ୍ରସ୍ତୁତି ବୈଠକ” ନେହେରୁ ନଗର ୯ମ’ ଲେନ୍ ସ୍ଥିତ ଶ୍ରୀ ଶ୍ରୀ ଭକ୍ତରତ୍ନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଷ ଗୋସାଇଁନୂଆଗାଁ ନେହେରୁ ନଗର ଦୁର୍ଗା ପୂଜାର ୫୦ ତ’ମ ବର୍ଷ ପାଳନ ହେବାକୁ ଯାଉଥିବା ବେଳେ ଏହି ବର୍ଷ ଗୋଲ୍ଡେନ୍ ଜୁବୁଲି ପାଳନ ଅବସରରେ ଦୁର୍ଗାପୂଜା ଧୂମଧାମରେ ପାଳନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଆସନ୍ତା ୧୪ ତାରିଖ ଶ୍ରୀ ଗଣେଶ ପୂଜା ଦିନ ଅପରାହ୍ନରେ ଶୁଭଖୁଣ୍ଟି ସ୍ଥାପନ କରିବାକୁ ସ୍ଥିର କରାଯାଇଛି । କମିଟି ସଦସ୍ୟ ମାନେ ଏହି ବର୍ଷ ଧୂମଧାମରେ ପାଳନ କରିବା ପାଇଁ ଉତ୍ସାହ ସହିତ ଚାହିଁ ବସିଥିବା ବେଳେ ବିଭିନ୍ନ ବିଭାଗର ଦାୟିତ୍ବ ଆଜି କମିଟି ସଦସ୍ୟଙ୍କୁ ବଣ୍ଟନ କରାଯାଇଛି । ଆଜିର ଏହି “ପ୍ରସ୍ତୁତି ବୈଠକରେ” ନେହେରୁ ନଗର ଦୁର୍ଗା ପୂଜା କମିଟି ଉପସଭାପତି ପିଣ୍ଟୁ ମହାରଣା,ସମ୍ପାଦକ ସୁକାନ୍ତ କୁମାର ପଣ୍ଡା,ସହ ସମ୍ପାଦକ ରାମଚନ୍ଦ୍ର ସାହୁ (ବାପି),କୋଷାଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା,ଶାଇ ପ୍ରସାଦ ସାହୁ,ଅଶ୍ୱିନୀ କୁମାର ପଟ୍ଟନାୟକ,ପ୍ରମୋଦ ଚୈାଧୁରୀ,ରାଜେନ୍ଦ୍ର ପ୍ରସାଦ ପଣ୍ଡା,କୈଳାସ ଚୈାଧୁରୀ,ସୁନିଲ କୁମାର ସାହୁ,କୃଷ୍ଣ ଚନ୍ଦ୍ର ଚୈାଧୁରୀ,ମଦନ ମୋହନ ପାତ୍ର,କୁଞ୍ଜବିହାରୀ ପଣ୍ଡା,ଅମୀୟ କୁମାର ଦାସ,ମଧୁସୂଦନ ସାହୁ,ଅନନ୍ତ ରାମ ପ୍ରଧାନ,ସରୋଜ ସାହୁ,ପ୍ରସନ୍ନ ନାୟକ,କେଦାରନାଥ ଚୈାଧୁରୀ,ନରେନ୍ଦ୍ର ପାଣିଗ୍ରାହୀ,ହରିକୃଷ୍ଣ ପାତ୍ର,ଶିବରାମ ଦିକ୍ଷୀତ,ବିନୋଦ ସିଂ, କେଦାର ପାଣିଗ୍ରାହୀ,ବିକ୍ରମ କେଶରୀ ସାବତ,କପିଳାସ ଚୈାଧୁରୀ,ଭାର୍ଗବ ପାଢ଼ୀ,କୁନାଲ୍ କୁମାର,ଅନିଲ୍ ପାଣିଗ୍ରାହୀ,ସୁଦର୍ଶନ ମହାକୁଡ଼,ନାରାୟଣ ସାହୁ,ସୈାମେନ୍ଦ୍ର ମିଶ୍ର,ସନ୍ତୋଷ ପଟ୍ଟନାୟକ,ମନୁ ଚୈାଧୁରୀ,କେ ହେମନ୍ତ କୁମାର,ଶଙ୍କର୍ଷଣ ସାହୁ,ମାନଭଞ୍ଜନ ପଟ୍ଟନାୟକ,ହାଡୁ ପାତ୍ର,ପ୍ରଫୁଲ୍ଲ ବେହେରା,ସୁଶାନ୍ତ ଚୈାଧୁରୀ,ବିଜୟ ସାହୁ,ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ,ପ୍ରଫୁଲ୍ଲ ପାତ୍ର ପ୍ରମୁଖଙ୍କ ସମେତ ବହୁ କମିଟି ସଦସ୍ୟ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories