Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ରାଜ୍ୟ ଗାଁସାଥୀ(ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

ପାରଳାଖେମୁଣ୍ଡି:୧୨/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରାଜ୍ୟ ଗାଁ ସାଥୀ(ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆଜି ସେମାନଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଏହି ଅବସରରେ ୫ଶହରୁ ଉର୍ଦ୍ଧ୍ଵ ଗାଁ ସାଥୀ ସଂଘର ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ତୃଣମୂଳ ସ୍ତରରେ ବିକାଶ ମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଆସୁଥିବା ଗାଁ ସାଥି ଏବେ ହତାଶ। ସରକାର ଶୁଣୁନାହାନ୍ତି ସେମାନଙ୍କ ନ୍ୟାର୍ଯ୍ୟ ଦାବି। ମିଳୁନି ଉପଯୁକ୍ତ ପାରିଶ୍ରମିକ। ବାରମ୍ବାର ଗୁହାରି କରିବା ପରେ ବୃଦ୍ଧି ପାଉନି ଦରମା, ଫଳରେ ଜିଲ୍ଲାର ହଜାରରୁ ଉର୍ଦ୍ଧ୍ବ ଗାଁ ସାଥି ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨୦୦୮ରୁ ନିଯୁକ୍ତି ପାଇଥିବା ଗାଁ ସାଥିକୁ କ୍ୟାଡ଼ର ଭୁକ୍ତ କରିବା ସହ ମାସିକ ୧୫ ହଜାର ଦରମା ପ୍ରଦାନ ସହ ବକେୟା ଥିବା ଦକ୍ଷତା ଭିତ୍ତିକ କାର୍ଯ୍ୟ ବାବଦର ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ଦାବି କରି ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି ।ଏ ସମ୍ପର୍କରେ ସଂଘର ରାଜ୍ୟ ସଭାପତି କହିଥିଲେ ଯେ, ପୂର୍ବ ସରକାରଙ୍କ ଅମଳରୁ ଏଇ ଗାଁ ସାଥୀ ମାନଙ୍କ ଚାକିରି ଚାଲିଥିଲା କିନ୍ତୁ ସେଥିପାଇଁ ଟଙ୍କାଟିଏ ହେଲେ ମଧ୍ୟ ଦରମା ନେଉ ନ ନେଇ ନିସ୍ୱାର୍ଥପର ଭାବେ ସେବା କାର୍ଯ୍ୟ କରି ଆସୁଥିଲେ। ଗତ ସରକାର ଗାଁ ସାଥୀ ମାନଙ୍କ କାମ ଦେଖି ସେମାନଙ୍କୁ ପ୍ରଶଂସା କରୁଥିଲେ ଯେ ସେମାନଙ୍କ ଯୋଗୁଁ ବିଭିନ୍ନ ଜିଲ୍ଲାରେ ଆଶାତୀତ ଭାବେ ଉନ୍ନତି ଚାଲିଛି । ସମସ୍ତ ମଜଦୂର ସେମାନଙ୍କ ପାରିଶ୍ରମିକ ପ୍ରାପ୍ତ ଠିକ୍ ଭାବେ ପାଉଛନ୍ତି । ହେଲେ କିନ୍ତୁ ମଜଦୁରଙ୍କ ଟଙ୍କା ବିଲ୍ କରିଦେଇ ଯୋଗାଡ଼ କରି ଦେଉଥିବା ଏବଂ ନିମ୍ନ ସ୍ତରରୁ ସେମାନଙ୍କ କର୍ଡକୁ ଠିକଠାକ୍ ରଖୁଥିବା ଗାଁ ସାଥୀ ସେଥିପାଇଁ ଟଙ୍କାଟିଏ ହେଲେ ମଧ୍ୟ ପାଉ ନ ଥିଲା । କାମ ଠିକ ହେଉଥିବା ଦେଖି କେନ୍ଦ୍ର ସ୍ତରରେ ବିଜେପି ସରକାର ଏଥିପାଇଁ ବାହାବାହା ନେଉଥିଲା । ଲକ୍ଷ ଲକ୍ଷ ଟଙ୍କା ଆସୁଥିଲା ସେହି ରାସ୍ତାରେ କେବଳ ଏଇ ଗାଁ ସାଥୀ ମାନଙ୍କ ଯୋଗୁଁ। ଗତ ସରକାର ସମୟରେ ଆମେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିବା ସମୟରେ ଏହି ବିଜେପିର ବଡ଼ ବଡ଼ ନେତା ମାନେ ଆସି ଆମକୁ ଆମ ସରକାର ଆସିଲେ ତୁମ ସମାଧାନ ଆମେ କରିଦେବୁ କହି ବିଭିନ୍ନ ଆଶ୍ୱାସନା ଦେଇଥିଲେ , ହେଲେ ଆଜି ସେମାନେ ସରକାରରେ ଆସିବା ପରେ ଆମପ୍ରତି ଉଦାସୀନତା ଓ ବୈମାତୃକ ମନୋଭାବ ଦେଖାଇ ଆମ ନ୍ୟାଯ୍ୟ ଦାବୀ ଗୁଡିକ ପ୍ରତି ଘୋର ଅନ୍ୟାୟ ଓ ଅବିଚାର କରୁଛନ୍ତି ଆମର ମୁଖ୍ୟ ନ୍ୟାଯ୍ୟ ଦାବି ହେଉଛି , ଗାଁ ସାଥୀଙ୍କୁ ମାସିକ ୧୫ ହଜାର ଟଙ୍କା ପ୍ରଦାନ , ଗାଁ ସାଥୀ ମାନଙ୍କୁ ସ୍ଥାୟୀ ସରକାରୀ ଚାକିରି ପ୍ରଦାନ ଏବଂ ଗାଁ ସାଥୀଙ୍କୁ ପରିବାର ପାଇଁ ସାମାଜିକ ସୁରକ୍ଷା ପ୍ରଦାନ କରିବା। ଯଦି ଏ ବିଜେପି ସରକାର ଆମ ଦାବି ପ୍ରତି ସମାଧାନ ନ କରନ୍ତି ତା ହେଲେ ଆସନ୍ତା ୨୩ ତାରିଖ ଦିନ ରାଜ୍ୟ ସରକାରଙ୍କୁ ଏହାର ଝଲକ ଦେଖାଇବୁ ରାଜଧାନୀର ଗାନ୍ଧୀ-ମାର୍ଗରେ ଏହାର ପ୍ରତିବାଦରେ ୬୦ ହଜାର ଗାଁ ସାଥୀ ଏକାଠି ହେବେ। ଏହାଛଡ଼ା ଯଦି ଆସନ୍ତା ଶୀତକାଳୀନ ଅଧିବେଶନରେ ଏ ସରକାର ସେ ପର୍ଯ୍ୟନ୍ତ ଯଦି କିଛି ଦାବି ଗୁଡ଼ିକ ପ୍ରତି ସମାଧାନ ପଦକ୍ଷେପ ନ ନିଏ ଟା ହେଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମେ ଗାଁ ସାଥୀ ମେଟ ମଜଦୂର ସଂଘ ରାଜରାସ୍ତାରେ ବସିବାକୁ ବାଧ୍ୟ ହେବୁ ବୋଲି କହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories