Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରବିଆଇ ଗଭର୍ଣ୍ଣରଙ୍କ ବଡ଼ ଘୋଷଣା; ଅପରିବର୍ତ୍ତିତ ରହିଲା ରେପୋ‌ ରେଟ୍‌

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ବଡ଼ ଘୋଷଣା। ଅପରିବର୍ତ୍ତିତ ରହିଲା ରେପୋ‌ ରେଟ। ସାଧାରଣ ଲୋକଙ୍କୁ ଆଶ୍ବସ୍ତି। ୨୦୨୪ ଆର୍ଥିକ ବର୍ଷର ଦ୍ୱିତୀୟ ବୈଠକରେ ମଧ୍ୟ ରେପୋ ରେଟ୍ ପରିବର୍ତ୍ତନ ନକରିବାକୁ ଭାରତର ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ନିଷ୍ପତ୍ତି ନେଇଛି। ରେପୋ ହାରରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ଏହାର ଅର୍ଥ ଏହା ୬.୫ ପ୍ରତିଶତରେ ରହିବ। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ୍ ତଥା ସୁଧ ହାର ଅପବର୍ତ୍ତିତ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି । 

ଗତ ଥର ଏପ୍ରିଲରେ ଅନୁଷ୍ଠିତ ଆରବିଆଇର MPS ବୈଠକରେ ରେପୋ ହାରରେ କୌଣସି ପରିବର୍ତ୍ତନ ହୋଇନଥିଲା। ଅବଶ୍ୟ, ମେ ୨୦୨୨ ରୁ ମାର୍ଚ୍ଚ ଅର୍ଥାତ୍ ଗତ ଆର୍ଥିକ ବର୍ଷରେ ରେପୋ ରେଟ୍‌ ୨.୫୦ ବୃଦ୍ଧି କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ