ପାରଳାଖେମୁଣ୍ଡି ସ୍ଥିତ ବିଜୁପଟ୍ଟନାୟକ କଲ୍ଯାଣ ମଣ୍ଡପ ଠାରେ ଗଜପତି ଜିଲ୍ଲାରେ ସମବାୟସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି ସ୍ଥିତ ବିଜୁପଟ୍ଟନାୟକ କଲ୍ଯାଣ ମଣ୍ଡପ ଠାରେ ଗଜପତି ଜିଲ୍ଲାରେ ସମବାୟସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୫/୯(ଆନିସ)ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସମବାୟ ବିଭାଗ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପଜିଲ୍ଲାପାଳ, ପାରଳାଖେମୁଣ୍ଡି ସୁଶ୍ରୀ ଭାଗବତ ସାମଲ କଲ୍ୟାଣ ରାଓ, ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ରାମ ପ୍ରସାଦ ରକମ, ପାରଳାଖେମୁଣ୍ଡି ବିଧାୟକଙ୍କ ପ୍ରତିନିଧି ଶ୍ରୀ ଏସ. ବାଲାରାଜୁ, ଜିଲ୍ଲା କୃଷକ ସଂଘ ସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ପଟ୍ଟନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଳ, ଜିଲ୍ଲା ସମବାୟ ସମିତି ନିବନ୍ଧକ ଶ୍ରୀ ହରିହର ସେଠ୍, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ.ପ୍ରକାଶ ରାଓ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ତୁଷାରେନ୍ଧୁ ନାୟକ, ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଶ୍ରୀ ଦୁଷ୍ମନ୍ତ ବେହେରା, ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ଶ୍ରୀ ନିରୋଦ ଚନ୍ଦ୍ର ନାୟକ ଏବଂ ଜିଲ୍ଲା ଶିଳ୍ପ ପରିଚାଳକ ଶ୍ରୀ ବିଭୁ ରଞ୍ଜନ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ।ସମବାୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହ ସମବାୟ ସମିତିଗୁଡ଼ିକରେ ଅଧିକରୁ ଅଧିକ ଲୋକଙ୍କୁ ସଦସ୍ୟ ଭାବେ ସାମିଲ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟଧାରା, ସଦସ୍ୟତାର ଗୁରୁତ୍ୱ ଏବଂ ସମବାୟ ମାଧ୍ୟମରେ ମିଳୁଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା।
ବିଶେଷକରି କୃଷକ, ମହିଳା, ଯୁବବର୍ଗ ଓ ଗ୍ରାମାଞ୍ଚଳର ଲୋକମାନଙ୍କୁ ସମବାୟ ସମିତିର ସଦସ୍ୟ ହେବା ପାଇଁ ପ୍ରୋତ୍ସାହିତ କରାଯିବ। ସମବାୟ ମାଧ୍ୟମରେ କୃଷି ଋଣ, କୃଷି ସମ୍ବନ୍ଧୀୟ ସେବା, ବିପଣନ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ପାଇବାର ସୁଯୋଗ ସଦସ୍ୟମାନେ ପାଇପାରିବେ ବୋଲି ଅତିଥିମାନେ କହିଥିଲେ।ଜିଲ୍ଲାର ବିଭିନ୍ନ ସମବାୟ ସଂସ୍ଥା ଓ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ନୂତନ ସଦସ୍ୟ ସଂଗ୍ରହ କରାଯିବା ସହ ସମବାୟର ଲାଭ ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ
ଲୋକମାନଙ୍କୁ ସଚେତନ କରାଯିବ। ସମବାୟ କ୍ଷେତ୍ରରେ ଅଧିକ ଜନସମ୍ପୃକ୍ତି ସୃଷ୍ଟି କରି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଏହି ଅଭିଯାନର ଅନ୍ୟତମ ଲକ୍ଷ୍ୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପରେ ରାଜ୍ୟସ୍ତରୀୟ ‘ସମ୍ବନ୍ଧ’ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କୃଷକ ଭାଇ ଓ ଭଉଣୀମାନେ ଯୋଗଦେଇଥିଲେ।

