Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୮/୯(ଗରୁଡ଼6ଧ୍ଵଜ ଚୌଧୁରୀ)
ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ କ୍ଲାସ କକ୍ଷ ଠାରେ ଆଜି ଗଜପତି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ “ବିଶ୍ୱ ଜଳାତଙ୍କ ଦିବସ-୨୦୨୬ ପାଳନ ଅବସରରେ କାର୍ଯ୍ୟକ୍ରମର ଥିମ୍ “ଏକତା ହିଁ ଶକ୍ତି” ବିଷୟ ଉପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଣୀସମ୍ପଦ ବିଭାଗର ଭାରପ୍ରାପ୍ତ ଉପ ନିର୍ଦ୍ଦେଶକ ତଥା ଏ:ଡି:ଭି:ଓ( ପ୍ରାଣୀ କଲ୍ୟାଣ) ଡ଼ଃ ଶୁଭଙ୍କର ସେଠୀ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇ ଜଳାତଙ୍କ ରୋଗ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।ଜଳାତଙ୍କ ରୋଗ ସମ୍ପର୍କରେ ଅଧିକ ସୂଚନା ଦେଇ ଡ଼ଃ ସେଠୀ କହିଥିଲେ ଯେ , ଜଳାତଙ୍କ ବା ରାବିସ ହେଉଛି ଏକ ଭୂତାଣୁ ଜନିତ ରୋଗ , ଏହା ସାଧାରଣତଃ ଯେ କୌଣସି ବ୍ୟକ୍ତି’କୁ ପାଗଳ କୁକୁର, ବିଲେଇ କିମ୍ବା ଅନ୍ୟାନ୍ୟ ବନ୍ୟ ପଶୁଙ୍କ କାମୁଡିବା ବା ଆଞ୍ଚୁଡ଼ିବା ଦ୍ଵାରା ହୋଇଥାଏ । ଏହି ରୋଗର ସବୁଠାରୁ ଭୟଙ୍କର ଦିଗ ହେଉଛି, ଯଦି ଏହାର ଲକ୍ଷଣ ଥରେ ପ୍ରକାଶ ପାଇଯାଏ, ତା ହେଲେ ମୃତ୍ୟୁ ପ୍ରାୟ ସୁନିଶ୍ଚିତ । କିନ୍ତୁ ସଠିକ୍ ସମୟରେ ସଚେତନତା ହେବା ସହ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେଲେ ଏହି ରୋଗକୁ ଶତ ପ୍ରତିଶତ ପ୍ରତିହତ କରା ଯାଇପାରିବ ।ଅନ୍ୟ ପକ୍ଷରେ ଯଦି କୌଣସି ପଶୁ ଆମକୁ କାମୁଡନ୍ତି , ତେବେ ତୁରନ୍ତ ସେଇ କ୍ଷତ ସ୍ଥାନକୁ ସାବୁନ ଏବଂ ପାଣିରେ ଅତିକମରେ ୧୫ ମିନିଟ୍ ସମୟ ଧରି ଭଲ ଭାବେ ସେହି କ୍ଷତ ସ୍ଥାନକୁ ଧୋଇଦେବା ଉଚିତ ଏବଂବିଳମ୍ବ ନ କରି ଡାକ୍ତରଖାନା ଯାଇ ଆଣ୍ଟି-ରାବିସ୍ ଟିକା ନେବା ଆବଶ୍ୟକ। ଏହା ସହିତ ଆମର ପୋଷା କୁକୁର ଏବଂ ବିଲେଇ ମାନଙ୍କୁ ମଧ୍ୟ ନିୟମିତ ବ୍ୟବଧାନରେ ଟିକାକରଣ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ ବୋଲି କହିଥିଲେ ।ତେଣୁ ଏହି ମାରାତ୍ମକ ରୋଗର ସମ୍ପୂର୍ଣ ନିରାକରଣ ପାଇଁ ଆମେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବା ଉଚିତ୍ । ବିଶ୍ୱ ଜଳାତଙ୍କ ଦିବସରେ ଆମେ ସମସ୍ତେ ଏହି ସଂକଳ୍ପ ନେବା ଯେ, ଆମେ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଯାହାଦ୍ୱାରା ଆମେ ଆମ ଜିଲ୍ଲା ତଥା ଓଡ଼ିଶାକୁ ଜଳାତଙ୍କ ରୋଗ ମୁକ୍ତ ସମାଜ ଗଠନ ଦିଗରେ ଆମେ ବେଶ୍ ସହାୟକ ହୋଇପାରିବା କହିଥିଲେ ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାଇନ୍ସ ସୁପରଭାଇଜର ଶ୍ରୀ ୱାଇ: କ୍ରିଷ୍ଣା ରାଓ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ସାହୁ ଏବଂ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗର ଲାଇଭ ଷ୍ଟକ୍ ଟେକନିସିଆନ ଶ୍ରୀ ବିଭୂତି ଭୂଷଣ ଗନ୍ତାୟତ ପ୍ରମୁଖ ମଞ୍ଚାସିନ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories