Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲପାଳ ଙ୍କୁ ୧୨ ଦଫା ଦାବୀ ନେଇ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି:୩୦/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଆଜି ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ୧୨ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗଜପତି ଜିଲ୍ଲା ଶାଖାର ପେନସନର ମାନେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।ଅଏଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଙ୍ଘର ଆହ୍ୱାନ କ୍ରମେ ଓ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ନିଷ୍ପତ୍ତି ଅନୁଯାଇ ମାଧ୍ୟମରେ ଏହି ୧୨ଦଫା- -ପେନସନ ଭାଲି ଡେସନ ଆଇନ ପ୍ରତ୍ୟାହାର, ଚିକିତ୍ସା ଭତ୍ତା ଓ ସ୍ୱାସ୍ଥ୍ୟବୀମା ଯୋଜନା, ୬୫ବର୍ଷରୁ ଅତିରିକ୍ତ ପେନସନ. ୨୦୨୬ ପୂର୍ବରୁ ଅବସର ନେଇଥିବା ପେନସନର ମାନଙ୍କୁ ୮ମ ବେତନର ସୁବିଧା, ଏନ ପି ଏସ ଓ ୟୁ ପି ଏ ବଦଳରେ ଓ ପି ଏସ ଲାଗୁ, ପୂର୍ବଭଳି ରେଳ ଯାତ୍ରା ରେ ରିହାତି, ଓ କମୁଟେସନ ଦେୟ ୧୦ ବର୍ଷ ୮ମାସକୁ ହ୍ରାସ ଆଦି ଦାବି ସମ୍ବଳିତ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ସଙ୍ଘର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସଭାପତି ଅଶ୍ୱିନୀ ପାଢ଼ୀ, ସମ୍ପାଦକ ସୁରେଶ ବେହେରା, ଶ୍ରୀନିବାସ ପଟ୍ଟନାୟକ, ସୁରେନ୍ଦ୍ର ନାଥ ରଥ, ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ସମେତ ୩୦ ରୁ ଉର୍ଦ୍ଧ୍ଵ ପେନ୍‌ସନ୍ ଧାରୀ ଯୋଗ ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories