Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି:ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ଥିବା ଏ ସି. ଏଫ.ଓ ସୌମ୍ୟ ମୃତ୍ୟୁ ମାମଲାରେ ରୋଷେୟା ଗିରଫ

ପାରଳାଖେମୁଣ୍ଡି:୩୦/୯(ଗରୁଡ଼ ଧ୍ଵଜ ଚୌଧୁରୀ) ରାଜ୍ୟରେ ବହୁ ଚର୍ଚ୍ଚିତ ଏ.ସି.ଏଫ.ଓ ସୁୌମ୍ୟ ହାତ୍ୟା ମାମଲାରେ ଅନ୍ୟ ଅଭିଯୁକ୍ତ ରୋଷେୟା ବିରୁଦ୍ଧରେ ମାନ୍ୟବରଏସ୍‌.ଡି.ଜେ.ଏମ୍‌. ପାରଳାଖେମୁଣ୍ଡିଙ୍କ ଅଦାଲତ ପକ୍ଷରୁ ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନା ବଳରେ ପାରଳାଖେମୁଣ୍ଡି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଲେ ମନ୍ମଥ କୁମ୍ଭ, ପିତା–ଦଣ୍ଡାସି କୁମ୍ଭ। ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨/୧୨୦-ବି ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତରେ ହାଜର କରିବା ପାଇଁ ମାନ୍ୟବର ଅଦାଲତ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ।ଅଭିଯୁକ୍ତ ନିଜ ଗ୍ରାମରେ ଥିବା ସମ୍ପର୍କରେ ପୋଲିସକୁ ବିଶ୍ୱସ୍ତ ସୂଚନା ମିଳିବା ପରେ ପୋଲିସ ଟିମ୍‌ ଆଜି ଭୋର ସମୟରେ ତାଙ୍କ ଗ୍ରାମରେ ଚଢ଼ାଉ କରି ତାଙ୍କୁ ଧରିଥିଲା।ପରୱାନା ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିବା ବେଳେ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପାଇଁ ତାଙ୍କୁ ମାନ୍ୟବର ଏସ୍‌.ଡି.ଜେ.ଏମ୍‌., ପାରଳାଖେମୁଣ୍ଡିଙ୍କ ଅଦାଲତରେ ହାଜର କରାଯାଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories