Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ଗଜପତି ଜିଲ୍ଲାର ୨୯ ଟି ଗୁରୁତ୍ୱପୂର୍ଣ୍ଣ ଗ୍ରାମୀଣ ରାସ୍ତା ଏବଂ ସେତୁ ନିର୍ମାଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ପାରଳାଖେମୁଣ୍ଡି:୫/୧୦ (ଗରୁଡ଼ ଧ୍ଵଜ ଚୌଧୁରୀ)
ବ୍ରହ୍ମପୁର ଲୋକସଭା ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ ଞ୍ଚଳରେ ମୁଖ୍ୟତଃ ୨୯ ଟି ଗୁରୁତ୍ୱପୂର୍ଣ୍ଣ ଗ୍ରାମୀଣ ରାସ୍ତା ଏବଂ ସେତୁ ନିର୍ମାଣ ପାଇଁ ପ୍ରଶାସନିକ ଅନୁମୋଦନ ଏବଂ ସେଥିପାଇଁ ଆର୍ଥିକ ସହାୟତା ତଥା ସ୍ୱତନ୍ତ୍ର ପ୍ୟାକେଜର ବ୍ୟବସ୍ଥା ପାଇଁ ଚିଠି ଲେଖି ଅନୁରୋଧ କରିଥିବା ଜଣାଯାଇଛି ।ଏହି ବିକାଶ ମୂଳକ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ରହିଛି ମୁଖ୍ୟତଃ ପାରଳାଖେମୁଣ୍ଡି ସହରର ବିକାଶ ପାଇଁ ୨୦୦ ଦୋକାନ ବିଶିଷ୍ଟ ଗୋଟିଏ ବଡ ଆଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ରିଙ୍ଗ ରୋଡ ଓ ବାଇପାସ୍ ରୋଡ୍ , ରାମସାଗର , ସୀତା ସାଗର ଓ କୃଷ୍ଣସାଗରର ଉନ୍ନତିକରଣ , ସର୍ବପୁରାତନ ଗଜପତି ପ୍ୟାଲେସ ର ପୁନରୁଦ୍ଧାର ଓ ପୁନର୍ନିର୍ମାଣ , ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ପାରଳା ମହାରାଜା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ନବ ଉତ୍କଳର ନିର୍ମାତା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ନାମକରଣ ଏବଂ ପାରଳାଖେମୁଣ୍ଡି ପୌର ପରିଷଦରେ ଖାଲିଥିବା ଇଂଜିନିୟରିଂ ବିଭାଗର ପଦବୀ ସମ୍ପୂର୍ଣ୍ଣ କରିବା ପାଇଁ ଚିଠି ଲେଖିଛନ୍ତି।ସେହିଭଳି ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ଜିଲ୍ଲାର ଗୁମ୍ମା, ରାୟଗଡ, ଗୋଷାଣୀ ଏବଂ କାଶୀନଗର ବ୍ଲକ୍ ଅଞ୍ଚଳରେ ଅବସ୍ଥିତ ।ସେ ଅଞ୍ଚଳରେ ମୁଖ୍ୟତଃ ରାସ୍ତା ସମସ୍ୟା ଯୋଗୁ ପରିବହନ ସମସ୍ୟା ଲାଗି ରହିଥିବା ଫଳରେ ସେଠାକାର ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଏବଂ ସର୍ବୋପରି ଅଞ୍ଚଳବାସୀ ଦୀର୍ଘବର୍ଷ ଧରି ଏହି ସଂଯୋଗୀକରଣ ପ୍ରକଳ୍ପ ଗୁଡିକ ପାଇଁ ବିଭିନ୍ନ ସ୍ତରରେ ଦାବି କରିଆସୁଛନ୍ତି ।ଏ ସବୁ ଅଞ୍ଚଳରେ କମ ଜନସଂଖ୍ୟା ସାଙ୍ଗକୁ ପାହାଡ଼ି ଅଞ୍ଚଳ ହୋଇଥିବା ଯୋଗୁଁ ଏହି ଗ୍ରାମଗୁଡ଼ିକ ମୁଖ୍ୟତଃ ପ୍ରଚଳିତ ସରକାରୀ ମାନଦଣ୍ଡ ଏବଂ ମାନଦଣ୍ଡ ଅନୁଯାୟୀ ଯୋଗ୍ୟତା ଅର୍ଜନ କରନ୍ତି ନାହିଁ , ଯାହା ଫଳରେ ତାହା ନିୟମିତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରୁନାହିଁ । ଏହାର ଫଳସ୍ୱରୂପ ଅଞ୍ଚଳବାସୀ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ କୃଷି ଉତ୍ପାଦ ବିପଣନ କରିବାରେ ନାହିଁ ନ ଥିବା ତଥା ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି
ଗଜପତି ଜିଲ୍ଲାର ଗୁମ୍ମା, ରାୟଗଡ, ଗୋଷାଣୀ ଓ କାଶୀନଗର ବ୍ଳକାଞ୍ଚଳରେ ମୌଳିକ ଆବଶ୍ୟକତା ର ସାର୍ବଜନୀନ ବିକାଶମୂଳକ ସେହି ୨୯ଟି ଗୁରୁତ୍ୱପୂର୍ଣ୍ଣ ଗ୍ରାମୀଣ ରାସ୍ତା , ସେତୁ ଓ କଳଭର୍ଟ ମଧ୍ୟରେ ରହିଛି ଗୁମ୍ମା ବ୍ଲକ ଅନ୍ତର୍ଗତ ତରଂଗଡା ପଞ୍ଚାୟତର ଅମ୍ୱାଜରୀ ଠାରୁ ତୁମୁଲସିଂ ରାସ୍ତା ନିର୍ମାଣ , ଗୁମ୍ମା ବ୍ଲକର ଅନୁକୁଣ୍ଡାଗୁଡା ପଞ୍ଚାୟତର ନାମନଗଡ ଠାରୁ ସୁରାଙ୍ଗି ଆରଡି ରାସ୍ତା ନିର୍ମାଣ , ଗୁମ୍ମା ବ୍ଲକର ତରଭା ପଞ୍ଚାୟତର ଆଶ୍ରୟ ଗଡ ଠାରୁ ବିନୁମୁଡା ବିଟି ରାସ୍ତା ନିର୍ମାଣ , ଗୋଷାଣି ବ୍ଲକର କେରାଣ୍ଡି ପଞ୍ଚାୟତର କେରାଣ୍ଡି ଗ୍ରାମରୁ ବସନ୍ତ ନିବାସ(ବି:ଏନ ପ୍ୟାଲେସ) ବିଟି ରାସ୍ତା ନିର୍ମାଣ , ବଡକତ୍ତୁରୁ ପଞ୍ଚାୟତର ବଡକତ୍ତୁରୁ ଗ୍ରାମରେ ରାସ୍ତା ନିର୍ମାଣ , ରାୟଗଡ ବ୍ଲକର ଡମ୍ୱାଳ ପଞ୍ଚାୟତର ଜଲାଂଗ , କଡମାତାଳ ଠାରୁ ଡମ୍ୱାଳ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ଗୁମ୍ମା ବ୍ଲକର ଗାଇବା ପଞ୍ଚାୟତର ପଦାସାହି ଠାରୁ କିଡିସାର ରାସ୍ତା ନିର୍ମାଣ , ରାୟଗଡ ବ୍ଲକର ଗଣ୍ଡାହାତୀ ପଞ୍ଚାୟତର ଗଣ୍ଡାହାତୀ ଆରଡି ରାସ୍ତା ଠାରୁ ସିଂଗିପୁର ଗ୍ରାମ ଦେଇ କୃଷ୍ଣସାଗର ଆରଡି ରୋଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ଉକ୍ତ ବ୍ଲକର ମାର୍ଲବା ପଞ୍ଚାୟତର ତବାରସିଂ ଠାରୁ ଲିମରସିଂ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ରାଇଡା ଠାରୁ ସିଣ୍ଡିସିଂ ରାସ୍ତା ନିର୍ମାଣ , ମାର୍ଲବା ଠାରୁ ଦାବାସାହି ଦେଇ ରାଇଡା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ପୋତ୍ତାର ପଞ୍ଚାୟତର ପିଡବ୍ଲୁଡି ରୋଡ ଠାରୁ ସାନ-କରଂଜସାହି ରାସ୍ତା ନିର୍ମାଣ , ଡମ୍ୱାଳ ପଞ୍ଚାୟତର ତୁବୁରସିଂ ଠାରୁ ଉପର ରାଇସିନା ରାସ୍ତା ନିର୍ମାଣ , କାଶୀନଗର ବ୍ଲକର ଖାରଡା ପଞ୍ଚାୟତର ଧୋବାପୁର ଠାରୁ ଗୋକୁଳ ରାସ୍ତା ନିର୍ମାଣ , ରାୟଗଡ ବ୍ଲକର ତଳ ସାଂକୁରୁଡା ଠାରୁ କରଣସାହି ରାସ୍ତା ନିର୍ମାଣ , ଗୁମ୍ମା ବ୍ଲକ ତରଂଗଡା ପଞ୍ଚାୟତର ତାମସିଂ ଠାରୁ ତଳ ତାମସିଂ(ପାଣ୍ଡରଂଗ ଦେଇ)ରାସ୍ତା ନିର୍ମାଣ,ଅଜୟଗଡ ପଞ୍ଚାୟତ\’ର ଅଜୟଗଡ ଠାରୁ ବାରାବାର ପର୍ଯ୍ୟନ୍ତ ବୁଢୀ ଘାଟି ଦେଇ ରାସ୍ତା ନିର୍ମାଣ , ତରଭା ପଞ୍ଚାୟତର ଲିଙ୍ଗା ଆରଡି ରୋଡ ଠାରୁ ପାରସିକ ରାସ୍ତା ନିର୍ମାଣ , ଗାଇବା ପଞ୍ଚାୟତର ତଣ୍ଡରଂଗ ଠାରୁ ବୁରୁସିଂ ଭାୟା ଗାଇବା ରାସ୍ତା ନିର୍ମାଣ , କାଶୀନଗର ବ୍ଲକର ଖାଣ୍ଡବା ପଞ୍ଚାୟତର ଆରଡି ଠାରୁ ପାଲସିଂ ରାସ୍ତା ନିର୍ମାଣ , ରାୟଗଡ ବ୍ଲକର କରଡାସିଂ ପଞ୍ଚାୟତର ଠାରୁ ସରଡା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ମାର୍ଲବା ପଂଚାୟତର କାକଲୁଂଗା ନାଳ ଉପରେ କଲଭେର୍ଟ ରୋଡ ନିର୍ମାଣ , କାଶୀନଗର ବ୍ଲକର ପାର୍ତଡା ପଞ୍ଚାୟତର ଜଡୁରୁ ଠାରୁ ଗରବା ଭାୟା ଲିଂଗା ରାସ୍ତା ନିର୍ମାଣ , ରାୟଗଡ ବ୍ଲକର ଜଲାଂଗ ପଞ୍ଚାୟତର ଜଲାଂଗ-କଡମାତାଳ ଭାୟା ଜାମ୍ୱସାହି ଡମ୍ୱାଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , କେରାଣ୍ଡି ପଞ୍ଚାୟତ\’ର ଆରଡି ରୋଡ ଭାୟା ଗଙ୍ଗାବାଡ କେରାଣ୍ଡି ରାସ୍ତା ନିର୍ମାଣ , ଜଲାଂଗ ନାଳ ଠାରୁ ଭାଲିଆସାହି ହାଇ ଲେଭେଲ ବ୍ରିଜ ନିର୍ମାଣ , ଅଂଚଳ ମହେନ୍ଦ୍ରତନୟା ନଦୀ ଉପରେ ବ୍ରିଜ ନିର୍ମାଣ ଇତ୍ୟାଦି ପ୍ରସ୍ତାବ ରଖିଛନ୍ତି।ଗଜପତି ଜିଲ୍ଲାରେ ଦୀର୍ଘ ବର୍ଷର ସଂଯୋଗୀକରଣ ବ୍ୟବଧାନକୁ ଦୂର କରିବା ପାଇଁ ସାଂସଦ ଡ଼ଃ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଏ କ୍ଷେତ୍ରରେ ଏ ସବୁ ବିକାଶ ମୂଳକ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ପ୍ରତି ପ୍ରାଧାନ୍ୟ ତଥା ଗୁରୁତ୍ଵ ଦେଇ ଏକ ସ୍ୱତନ୍ତ୍ର ପ୍ୟାକେଜ ଅଧୀନରେ ପ୍ରଚଳିତ ମାନଦଣ୍ଡକୁ କୋହଳ କରିବା ସହ ଏହି ୨୯ ଟି ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ କରିବା ପାଇଁ ଚିଠି ଲେଖି ଅନୁରୋଧ କରିଥିବା ଜଣାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ପୁତ୍ର ଅନୁରୂପ ନାୟକଙ୍କ ଅକାଳ ବିୟୋଗରେ ସାରା ପାରଳା ସହରରେ ଶୋକର ଛାୟା l ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ’ଙ୍କ ସାନ ପୁଅ ଅନୁରୂପ ନାୟକ’ଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସହରରେ ଗଭୀର ଶୋକର ଛାୟା ଖେଳିଯାଇଛି।ଅନୁରୂପଙ୍କ ବିୟୋଗର ଖବର ଯେପରି ପରିବାର ଓ ଆତ୍ମୀୟ-ସ୍ୱଜନଙ୍କ ପାଇଁ ଏକ ବଡ଼ ଆଘାତ ହୋଇଛି, ସେହିପରି ତାଙ୍କୁ ଜାଣିଥିବା ବନ୍ଧୁ, ଶୁଭେଚ୍ଛୁ ଓ ସହରବାସୀଙ୍କ ମଧ୍ୟରେ ମଧ୍ୟ ଗଭୀର ଦୁଃଖ ପ୍ରକାଶ ପାଇଛି। ହସମୁଖ ଚେହେରା, ସରଳ ବ୍ୟବହାର, ମିଷ୍ଟଭାଷୀ ସ୍ୱଭାବ ଓ ସମସ୍ତଙ୍କ ସହ ମିଶି ଚଳିବାର ଗୁଣ ପାଇଁ ଅନୁରୂପ ସ୍ଥାନୀୟ ଅଞ୍ଚଳରେ ଏକ ଆପଣାର ମଣିଷ ଭାବେ ପରିଚିତ ଥିଲେ।ତାଙ୍କ ଅକାଳ ବିୟୋଗର ଖବର ପାଇବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଡିଜେନ ପାଢ଼ୀ, ସାମ୍ବାଦିକ ସରୋଜ ବିରୋ, ସାମ୍ବାଦିକ ସନ୍ତୋଷ ପଟ୍ଟନାୟକ, ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ସମେତ ବହୁ ରାଜନୈତିକ, ସାମାଜିକ ଓ ସାମ୍ବାଦିକ ମହଲର ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ।ଅନୁରୂପଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ, ଆତ୍ମୀୟ, ପରିଚିତ ଓ ଶୁଭେଚ୍ଛୁଙ୍କ ସହ ହଜାର ହଜାର ଲୋକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିଲେ। ଅନେକଙ୍କ ଆଖିରେ ଲୁହ ଓ ମନରେ ଅବ୍ୟକ୍ତ ବେଦନା ଦେଖିବାକୁ ମିଳିଥିଲା।ପରିଚିତ ମାନେ କହିଛନ୍ତି, ଅନୁରୂପଙ୍କ ବ୍ୟବହାରରେ କେବେ ଅହଂକାର ଦେଖିବାକୁ ମିଳୁନଥିଲା। ସମସ୍ତଙ୍କ ସହ ହସିକଥା ହେବା, ଆବଶ୍ୟକ ସମୟରେ ପାଖରେ ଠିଆ ହେବା ଏବଂ ଛୋଟବଡ଼ ସମସ୍ତଙ୍କୁ ଆପଣାର କରିନେବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ବିଶେଷତା ଥିଲା। ତେଣୁ ତାଙ୍କ ହଠାତ୍ ବିଦାୟକୁ ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି।ବହୁ ବନ୍ଧୁ, ଶୁଭେଚ୍ଛୁ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ଏପରି ଜଣେ ମିଷ୍ଟଭାଷୀ ଓ ମେଳାପୀ ଯୁବକଙ୍କ ଅକାଳ ବିୟୋଗ ପରିବାର ସହ ସମଗ୍ର ସହର ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି ବୋଲି ଅନେକେ ମତ ପ୍ରକାଶ କରିଛନ୍ତି।ଅନୁରୂପଙ୍କ ଅନ୍ତିମ ଯାତ୍ରାରେ ମଧ୍ୟ ବହୁ ସଂଖ୍ୟକ ବନ୍ଧୁ, ଆତ୍ମୀୟ, ଶୁଭେଚ୍ଛୁ ଓ ସହରବାସୀ ସାମିଲ ହୋଇ ମହେନ୍ଦ୍ର ତନୟା ନଦୀ କୂଳରେ ଥିବା ସ୍ଵର୍ଗଦ୍ଵାର ଶ୍ମଶାନ ଘାଟରେ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ଏହି ସମୟରେ ସୃଷ୍ଟି ହୋଇଥିବା ଶୋକାକୁଳ ପରିବେଶ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।ଅନୁରୂପ ନାୟକଙ୍କ ବିୟୋଗରେ ପରିବାର ଯେଉଁ ଅପୂରଣୀୟ ଶୂନ୍ୟତାର ସମ୍ମୁଖୀନ ହୋଇଛି, ତାହା କେବେ ପୂରଣ ହେବ ନାହିଁ ବୋଲି ଶୋକାକୁଳ ମହଲରେ ଆଲୋଚନା ହେଉଛି। ଏହି ଦୁଃଖଦ ସମୟରେ ଭଗବାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସୀମ ବେଦନା ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।ଦିବଙ୍ଗତ ଅନୁରୂପ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ସହରବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।