Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ କୁ ନେଇ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୧/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ପୋଲିସ ପାରଳାଖେମୁଣ୍ଡି ଥାନା ପକ୍ଷରୁ ‘JUVENTICA’ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ, ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ଆଜି ତା. ୧୧.୧୦.୨୦୨୬ ରିଖ ଦିନ ପାରଳାଖେମୁଣ୍ଡି ମଡେଲ ଥାନା ପକ୍ଷରୁ ‘JUVENTICA’ (ଜୁଭେଣ୍ଟିକା) କାର୍ଯ୍ୟକ୍ରମ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଏବଂ ଥାନା ପରିସରରେ ଏକ ସଚେତନତା ସଭା ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ୧୧.୧୦.୨୦୨୬ ପାରଳାଖେମୁଣ୍ଡିର ବିଭିନ୍ନ ବିଦ୍ୟାଳୟ ଏବଂ ଅନ୍ୱେଷା ଛାତ୍ରାବାସର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୋଲିସ ଓ ଶିଶୁମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ, ପୋଲିସ ପ୍ରତି ବିଶ୍ୱାସ ସୃଷ୍ଟି ଏବଂ ଶିଶୁମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବା। ସଭାରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନ, ବାଲ୍ୟ ବିବାହ ନିଷେଧ ଓ ଉଚ୍ଛେଦ, ପୋକ୍ସୋ (POCSO) ଆଇନ, ଶିଶୁ ନିର୍ଯାତନା ଓ ଶୋଷଣ ରୋକିବା, ସାଇବର ସୁରକ୍ଷା ଏବଂ ଅନ୍ୟାନ୍ୟ ସାମାଜିକ ଓ ଆଇନଗତ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। କୌଣସି ପ୍ରକାର ନିର୍ଯାତନା, ଅସଦାଚରଣ କିମ୍ବା ଶୋଷଣର ଶିକାର ହେଲେ ବିନା ଭୟରେ ପୋଲିସକୁ ଜଣାଇବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଶ୍ରୀ ନିରଞ୍ଜନ ବେହେରା, ଡିଏସ୍‌ପି, ଏଚ୍‌ଆର୍‌ପିସି, ଗଜପତି; ଶ୍ରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ; ଶ୍ରୀମତୀ ସୁନିତା ରଥ, ଅଧୀକ୍ଷିକା, ୱାନ୍ ଷ୍ଟପ୍ ସେଣ୍ଟର, ପାରଳାଖେମୁଣ୍ଡି; ଶ୍ରୀମତୀ ମିନତୀ ପଣ୍ଡା, ଅଧୀକ୍ଷିକା, ଅନ୍ୱେଷା ଛାତ୍ରାବାସ; ପାରଳାଖେମୁଣ୍ଡି ମଡେଲ ଥାନା ଅଧିକାରୀ ଏବଂ ଏସ୍‌ଆଇ ସ୍ୱପ୍ନା ବେହେରା, ମହିଳା ଓ ଶିଶୁ ଡେସ୍କ ଦାୟିତ୍ୱରେ ଥିବା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଥାନାର ଅନ୍ୟାନ୍ୟ ପୋଲିସ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ନିମନ୍ତ୍ରିତ ଅତିଥିମାନେ ଯୋଗଦେଇଥିଲେ। ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ଗୁରୁତ୍ୱ, ଶିଶୁ ଅଧିକାର, ବାଲ୍ୟ ବିବାହ ରୋକିବା ଏବଂ ଶିଶୁମାନଙ୍କୁ ସମସ୍ତ ପ୍ରକାର ନିର୍ଯାତନା ଓ ଶୋଷଣରୁ ସୁରକ୍ଷିତ ରଖିବା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ପୋଲିସ ଅଧିକାରୀମାନଙ୍କ ସହ ଖୋଲାଖୋଲି ଭାବେ ଆଲୋଚନା କରିବାର ସୁଯୋଗ ପାଇଥିଲେ। ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅତିଥି ଏବଂ ପୋଲିସ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଶିଶୁମାନଙ୍କ ସୁରକ୍ଷା, ଅଧିକାର ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଗଜପତି ପୋଲିସ ସଦା ପ୍ରତିବଦ୍ଧ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories