Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡିର ଦେବଗିରି ଓମୋହନା ଫରେଷ୍ଟ ରେଞ୍ଜରୁ ୨ଟିକଲରାପତରିଆବାଘ ଛାଲ ଜବତ, ୬ଅଟକ

ପାରଳାଖେମୁଣ୍ଡି:୧୧/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ବିଭିନ୍ନ ଅଂଚଳରେ ଅବାଧରେ ଚାଲିଥିବା ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ଚୋରା କାରବାର ବିରୋଧରେ ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି।ଦୁଇଟି ପୃଥକ ଚଢ଼ାଉରେ ଦୁଇଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ମୋଟ ୬ ଜଣଙ୍କୁ ଅଟକ ରଖାଯାଇଛି।ଏଥି ସହ ତିନୋଟି ମୋଟର ସାଇକେଲ ଓ ୬ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି।ପ୍ରଥମ ଘଟଣାରେ ଅକ୍ଟୋବର ୮ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ପାରଳାଖେମୁଣ୍ଡି ସହରର ନୂଆ ବସଷ୍ଟାଣ୍ଡ ନିକଟରେ ଦେବଗିରି ରେଞ୍ଜର ଏବଂ ବନ କର୍ମଚାରୀ ମାନେ ମିଳିତ ଚଢ଼ାଉ କରି ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଥିଲେ।ଏହି ଘଟଣାରେ କାଶୀନଗର ଥାନା ଅଞ୍ଚଳର ଗୋରିଲା ରବି (୪୦) ଏବଂ ପରିଡ଼ା ଗ୍ରାମର ପ୍ରଫୁଲ୍ଲ ଘାଣ୍ଟା (୪୨)ଙ୍କୁ ଗିରଫ କରାଯାଇଛି।ଦ୍ୱିତୀୟ ଘଟଣାରେ ଅକ୍ଟୋବର ୯ ତାରିଖ ସକାଳ ପ୍ରାୟ ୧୧ଟା ୩୦ ମିନିଟ୍‌ରେ ମୋହନା ରେଞ୍ଜ ଅନ୍ତର୍ଗତ ପାଣିଗଣ୍ଡା ସେକ୍ସନର ତୁଳସୀନଗର ଗ୍ରାମ ନିକଟରେ ବନ ବିଭାଗ ଚଢ଼ାଉ କରି ଆଉ ଗୋଟିଏ ବାଘ ଛାଲ ଜବତ କରିଥିଲା।ଏହି ଘଟଣାରେ ଯାଗା ମଲ୍ଲିକ (୩୬),ବିଜୟ ନନ୍ଦ ନାୟକ (୨୩),
ତ୍ରିଲୋଚନ ପାତ୍ର (୩୫) ଓ ଦୀପକ କୁମାର ନାୟକ (୨୫)ଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ କେତେକ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ଅନ୍ୟମାନେ ଗଜପତି ଜିଲ୍ଲାର ବୋଲି ସୂଚନା ମିଳିଛି।ପାରଳାଖେମୁଣ୍ଡି ବନଖଣ୍ଡର ଏସିଏଫ୍‌ ଶ୍ରୀମତୀ ଶାଇନ୍ ଶ୍ରୀ ଦାଶଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା।ଦେବଗିରି ରେଞ୍ଜରେ ଗୋଟିଏ ମୋଟର ସାଇକେଲ ଓ ଦୁଇଟି ମୋବାଇଲ ଫୋନ୍ ଏବଂ ମୋହନା ରେଞ୍ଜରେ ଦୁଇଟି ମୋଟର ସାଇକେଲ ଓ ଚାରିଟି ମୋବାଇଲ ଫୋନ୍ ଜବତ ହୋଇଛି।ଏନେଇ ଦେବଗିରି ରେଞ୍ଜରେ ୨୦୨୬-୨୭ ବର୍ଷର କେସ୍ ନମ୍ବର ୦୪/୨୬ ରେ ମାମଲା ରୁଜୁ କରାଯାଇଛି।ଏହି ଘଟଣାରେ ଆଇନ ଅନୁଯାୟୀ ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚାଲିଛି।ବାଘ ଛାଲ ଚୋରା କାରବାର ପଛରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ସେନେଇ ବନ ବିଭାଗର ତଦନ୍ତ ଜାରି ରହିଛି ବିଭାଗୀୟ ସୂତ୍ରରୁ ପ୍ରକାଶ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ପୁତ୍ର ଅନୁରୂପ ନାୟକଙ୍କ ଅକାଳ ବିୟୋଗରେ ସାରା ପାରଳା ସହରରେ ଶୋକର ଛାୟା l ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ’ଙ୍କ ସାନ ପୁଅ ଅନୁରୂପ ନାୟକ’ଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସହରରେ ଗଭୀର ଶୋକର ଛାୟା ଖେଳିଯାଇଛି।ଅନୁରୂପଙ୍କ ବିୟୋଗର ଖବର ଯେପରି ପରିବାର ଓ ଆତ୍ମୀୟ-ସ୍ୱଜନଙ୍କ ପାଇଁ ଏକ ବଡ଼ ଆଘାତ ହୋଇଛି, ସେହିପରି ତାଙ୍କୁ ଜାଣିଥିବା ବନ୍ଧୁ, ଶୁଭେଚ୍ଛୁ ଓ ସହରବାସୀଙ୍କ ମଧ୍ୟରେ ମଧ୍ୟ ଗଭୀର ଦୁଃଖ ପ୍ରକାଶ ପାଇଛି। ହସମୁଖ ଚେହେରା, ସରଳ ବ୍ୟବହାର, ମିଷ୍ଟଭାଷୀ ସ୍ୱଭାବ ଓ ସମସ୍ତଙ୍କ ସହ ମିଶି ଚଳିବାର ଗୁଣ ପାଇଁ ଅନୁରୂପ ସ୍ଥାନୀୟ ଅଞ୍ଚଳରେ ଏକ ଆପଣାର ମଣିଷ ଭାବେ ପରିଚିତ ଥିଲେ।ତାଙ୍କ ଅକାଳ ବିୟୋଗର ଖବର ପାଇବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଡିଜେନ ପାଢ଼ୀ, ସାମ୍ବାଦିକ ସରୋଜ ବିରୋ, ସାମ୍ବାଦିକ ସନ୍ତୋଷ ପଟ୍ଟନାୟକ, ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ସମେତ ବହୁ ରାଜନୈତିକ, ସାମାଜିକ ଓ ସାମ୍ବାଦିକ ମହଲର ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ।ଅନୁରୂପଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ, ଆତ୍ମୀୟ, ପରିଚିତ ଓ ଶୁଭେଚ୍ଛୁଙ୍କ ସହ ହଜାର ହଜାର ଲୋକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିଲେ। ଅନେକଙ୍କ ଆଖିରେ ଲୁହ ଓ ମନରେ ଅବ୍ୟକ୍ତ ବେଦନା ଦେଖିବାକୁ ମିଳିଥିଲା।ପରିଚିତ ମାନେ କହିଛନ୍ତି, ଅନୁରୂପଙ୍କ ବ୍ୟବହାରରେ କେବେ ଅହଂକାର ଦେଖିବାକୁ ମିଳୁନଥିଲା। ସମସ୍ତଙ୍କ ସହ ହସିକଥା ହେବା, ଆବଶ୍ୟକ ସମୟରେ ପାଖରେ ଠିଆ ହେବା ଏବଂ ଛୋଟବଡ଼ ସମସ୍ତଙ୍କୁ ଆପଣାର କରିନେବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ବିଶେଷତା ଥିଲା। ତେଣୁ ତାଙ୍କ ହଠାତ୍ ବିଦାୟକୁ ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି।ବହୁ ବନ୍ଧୁ, ଶୁଭେଚ୍ଛୁ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ଏପରି ଜଣେ ମିଷ୍ଟଭାଷୀ ଓ ମେଳାପୀ ଯୁବକଙ୍କ ଅକାଳ ବିୟୋଗ ପରିବାର ସହ ସମଗ୍ର ସହର ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି ବୋଲି ଅନେକେ ମତ ପ୍ରକାଶ କରିଛନ୍ତି।ଅନୁରୂପଙ୍କ ଅନ୍ତିମ ଯାତ୍ରାରେ ମଧ୍ୟ ବହୁ ସଂଖ୍ୟକ ବନ୍ଧୁ, ଆତ୍ମୀୟ, ଶୁଭେଚ୍ଛୁ ଓ ସହରବାସୀ ସାମିଲ ହୋଇ ମହେନ୍ଦ୍ର ତନୟା ନଦୀ କୂଳରେ ଥିବା ସ୍ଵର୍ଗଦ୍ଵାର ଶ୍ମଶାନ ଘାଟରେ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ଏହି ସମୟରେ ସୃଷ୍ଟି ହୋଇଥିବା ଶୋକାକୁଳ ପରିବେଶ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।ଅନୁରୂପ ନାୟକଙ୍କ ବିୟୋଗରେ ପରିବାର ଯେଉଁ ଅପୂରଣୀୟ ଶୂନ୍ୟତାର ସମ୍ମୁଖୀନ ହୋଇଛି, ତାହା କେବେ ପୂରଣ ହେବ ନାହିଁ ବୋଲି ଶୋକାକୁଳ ମହଲରେ ଆଲୋଚନା ହେଉଛି। ଏହି ଦୁଃଖଦ ସମୟରେ ଭଗବାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସୀମ ବେଦନା ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।ଦିବଙ୍ଗତ ଅନୁରୂପ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ସହରବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।