Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Djibouti Boat Accident: ଡିଜିବୁଟି ନିକଟରେ ଡଙ୍ଗା ବୁଡ଼ି ୧୩୯ ମୃତ, ମିଳିଲା ଆଉ ୩୦ ମୃତଦେହ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଡିଜିବୁଟି ନିକଟରେ ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସଂଖ୍ୟା ୧୩୯କୁ ବୃଦ୍ଧି ପାଇଛି। ରବିବାର ଆଉ ୩୦ଟି ମୃତଦେହ ମିଳିବା ପରେ ମୃତ୍ୟୁସଂଖ୍ୟା ବଢ଼ିଥିବା ଜାତିସଂଘର ଏକ ସଂସ୍ଥା ସୂଚନା ଦେଇଛି।

ଆନ୍ତର୍ଜାତୀୟ ଅଭିବାସନ ସଂଗଠନ (IOM)ର ବିବୃତି ଅନୁସାରେ, ଡଙ୍ଗାରେ ପ୍ରାୟ ୩୫୦ ଜଣ ଯାତ୍ରୀ ଡିଜିବୁଟିରୁ ୟେମେନ ଯାଉଥିଲେ। ଯାତ୍ରା ସମୟରେ ଡିଜିବୁଟିର ଓବକ୍‌ ସହରର ଉତ୍ତର ଦିଗରେ ଡଙ୍ଗାଟି ବୁଡ଼ିଯାଇଥିବା ବଞ୍ଚିଥିବା ଯାତ୍ରୀମାନେ କହିଛନ୍ତି।

ଘଟଣାରେ ଏଯାଏଁ ୧୩୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡଙ୍ଗାରେ ଥିବା ଅନ୍ୟ ଯାତ୍ରୀଙ୍କ ସ୍ଥିତି ଏବଂ ନିଖୋଜଙ୍କ ସଂଖ୍ୟା ସମ୍ପର୍କରେ ଅଧିକ ତଥ୍ୟ ମିଳିବାକୁ ଅପେକ୍ଷା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories