Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Festive Season Alert: ପାର୍ବଣ ପୂର୍ବରୁ BMCର ଚଢ଼ାଉ, ପଟିଆରେ ହୋଟେଲ୍‌ ଓ ରେଷ୍ଟୁରାଣ୍ଟରେ କଡା ଯାଞ୍ଚ

ଭୁବନେଶ୍ୱର: ପାର୍ବଣ ଋତୁକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ଖାଦ୍ୟର ମାନ ଯାଞ୍ଚ ଅଭିଯାନ ଜୋରଦାର କରାଯାଇଛି। ଏହି କ୍ରମରେ ରାଜଧାନୀର ପଟିଆ ଅଞ୍ଚଳରେ ବିଭିନ୍ନ ହୋଟେଲ୍‌ ଓ ରେଷ୍ଟୁରାଣ୍ଟରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍‌ ଚଢ଼ାଉ କରିଛି। ପାର୍ବଣ ସମୟରେ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ବଢ଼ୁଥିବାରୁ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ଉପରେ ଯାଞ୍ଚକୁ ଗୁରୁତ୍ୱ ଦିଆଯାଉଛି।

ଯାଞ୍ଚ ସମୟରେ ଖାଦ୍ୟ ଖାଇବା ଯୋଗ୍ୟ କି ନୁହେଁ, ତାହା ଯାଞ୍ଚ କରାଯାଉଛି। ଏହାସହ ବାସି ଓ ଖାଇବା ଅନୁପଯୋଗୀ ଖାଦ୍ୟ ମିଳିଲେ ତାହାକୁ ନଷ୍ଟ କରାଯାଉଛି। ଗ୍ରାହକଙ୍କୁ ନିରାପଦ ଓ ଗୁଣାତ୍ମକ ଖାଦ୍ୟ ଯୋଗାଇବା ସହ ଖାଦ୍ୟ ସୁରକ୍ଷା ନିୟମ ପାଳନ ହେଉଛି କି ନାହିଁ, ସେଥିପ୍ରତି ବିଭାଗୀୟ ଟିମ୍‌ ନଜର ରଖିଛି।

ପାର୍ବଣ ସମୟରେ ଖାଦ୍ୟର ମାନକୁ ନେଇ ଯେପରି କୌଣସି ଅବହେଳା ନହୁଏ, ସେଥିପାଇଁ ଏହି ଯାଞ୍ଚ ଅଭିଯାନ ଚାଲିଛି। ହୋଟେଲ୍‌ ଓ ରେଷ୍ଟୁରାଣ୍ଟଗୁଡ଼ିକରେ ନିୟମିତ ଯାଞ୍ଚ ମାଧ୍ୟମରେ ଖାଦ୍ୟର ସୁରକ୍ଷା ଓ ପରିମଳ ବ୍ୟବସ୍ଥା ଉପରେ ନଜର ରଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories