ଡକ୍ଟରେଟ ଉପାଧିରେ ସମ୍ମାନିତ ସମାଜସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲ।
କଳାହାଣ୍ଡି,୧୨/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଲଡୁଗାଁ ଗ୍ରାମର ବରିଷ୍ଠ ତଥା ବିଶିଷ୍ଠ ଶିଳ୍ପପତି ବ୍ୟବସାୟୀ,ସମାଜସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲ ନିଜର ସମାଜସେବା ଓ ବ୍ୟବସାୟ ରେ ସଫଳତା ପ୍ରଦର୍ଶନ ପାଇଁ ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ କାଉନସିଲ ଅଫ ଇଣ୍ଡିଆ ତରଫରୁ ଯୋଗ୍ୟ ବିବେଚିତ ହୋଇଥିଲେ। ରବିବାର ଭୁବନେଶ୍ୱର ସ୍ଥିତ ମେ ଫେୟାର ହୋଟେଲ ରେ ଆୟୋଜିତ ଏକ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ଶ୍ରୀ ଦୁର୍ଗା ପ୍ରସାଦ ଅଗ୍ରୱାଲ ଙ୍କୁ ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ କାଉନସିଲ ଅଫ ଇଣ୍ଡିଆ ତରଫରୁ ଡକ୍ଟରେଟ ସମ୍ମାନ ପ୍ରଦାନ କରାଯାଇଛି ।ଏହି ସମ୍ବର୍ଦ୍ଧନା ଉତ୍ସଵ ରେ ସମ୍ମାନିତ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାଶ ନାଏକ ଓ ଓଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସମେତ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଯୋଗ ଦେଇଥିଲେ।ଏହି ଅବସର ରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି,ସ୍ବେଛାସେବୀ ସଙ୍ଗଠନ ର କର୍ମକର୍ତ୍ତା ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲା ରୁ ଡକ୍ଟରେଟ ଉପାଧିରେ ସମ୍ମାନିତ ହେବାପରେ ବିଭିନ୍ନ ମହଲ ରୁ ଶ୍ରୀ ଅଗ୍ରୱାଲ ଙ୍କୁ ଶୁଭେଛୁ ମାନେ ଶୁଭକାମନା ଓ ଶୁଭେଚ୍ଛା ଜଣାଇଛନ୍ତି।

