Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Cuttack Fire News: ସିଡିଏ ସେକ୍ଟର-୧୦ରେ PNG ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ୪ଟି ସ୍ଥାନରେ ଲିକ୍ ସୂଚନା

କଟକ: ପାଇଁ କଟକ ସିଡିଏ ସେକ୍ଟର-୧୦ରେ PNG ଗ୍ୟାସ୍ ପାଇପ୍‌ରୁ ଲିକ୍ ହେବା ପରେ ଅଗ୍ନିକାଣ୍ଡ ଘଟିଛି। ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ଅଞ୍ଚଳର ୪ଟି ସ୍ଥାନରେ ପାଇପ୍‌ରୁ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି। ଏହାପରେ ସେଠାରେ ନିଆଁ ଲାଗିଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ଖବର ପାଇ ବିଡାନାସୀ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ଟିମ୍‌ର ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ତେବେ ଏକାଧିକ ସ୍ଥାନରେ PNG ପାଇପ୍‌ରୁ ଗ୍ୟାସ୍ ଲିକ୍ ହେବା ଘଟଣା ଚିନ୍ତା ବଢ଼ାଇଛି। ଗ୍ୟାସ୍ ଲିକ୍‌ର ପ୍ରକୃତ କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ ଏହି ଅଗ୍ନିକାଣ୍ଡ ଘଟିଲା, ସେନେଇ ଏଯାଏଁ ବିସ୍ତୃତ ତଥ୍ୟ ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories