Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Puri Jagannath Temple Drone: ମଙ୍ଗଳ ଆଳତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ତଦନ୍ତ ଆରମ୍ଭ

ପୁରୀ: ପୁରୀ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ଆଜି ଭୋର ପ୍ରାୟ ୫ଟା ସମୟରେ ମଙ୍ଗଳ ଆଳତି ଚାଲିଥିବା ବେଳେ ମନ୍ଦିର ଉପରେ ଏକ ଡ୍ରୋନ୍ ଉଡ଼ୁଥିବା ଦେଖାଯାଇଥିବା ସୂଚନା ମିଳିଛି। ଡ୍ରୋନ୍‌ଟି ଦୀର୍ଘ ସମୟ ଧରି ଆକାଶରେ ଉଡ଼ୁଥିବା ନେଇ କୁହାଯାଉଥିବା ବେଳେ, ଏହାକୁ କିଏ ଓ କେଉଁଠାରୁ ଉଡ଼ାଉଥିଲା, ସେ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ।

ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଡ୍ରୋନ୍‌ର ଉଡ଼ାଣ ସ୍ଥାନ, ଏହାକୁ ପରିଚାଳନା କରୁଥିବା ବ୍ୟକ୍ତି ଏବଂ ଘଟଣା ପଛର କାରଣ ଜାଣିବାକୁ ଯାଞ୍ଚ କରାଯାଉଛି। ଶ୍ରୀମନ୍ଦିର ଉପରେ ପୂର୍ବରୁ ମଧ୍ୟ ଡ୍ରୋନ୍ ଉଡ଼ିବା ଘଟଣା ସାମ୍ନାକୁ ଆସିଥିବାରୁ ଏହାକୁ ନେଇ ଭକ୍ତ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଶ୍ରୀମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଡ୍ରୋନ୍ ଉଡ଼ାଣ ଉପରେ ନଜରଦାରି ବଢ଼ାଇବା ସହ ଆଣ୍ଟି-ଡ୍ରୋନ୍ ବ୍ୟବସ୍ଥା କରିବାକୁ ଦାବି ହେଉଛି। ମନ୍ଦିରର ସମ୍ବେଦନଶୀଳତା ଓ ଭକ୍ତଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories