Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IndiGo Flight Update: ସାଉଦି ଆରବର ୪ ସହରକୁ ଇଣ୍ଡିଗୋ ବିମାନ ଚଳାଚଳ ବାତିଲ, ଅକ୍ଟୋବର ୧୭ ଯାଏଁ ପ୍ରଭାବିତ ହେବ ଉଡ଼ାଣ

ନୁଆଦିଲ୍ଲୀ: ସାଉଦି ଆରବରେ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ମଙ୍ଗଳବାର ଜାରି ହୋଇଥିବା ଏକ ଟ୍ରାଭେଲ୍ ଆଡଭାଇଜରି ଅନୁସାରେ, ରିୟାଦ, ଜେଦ୍ଦା, ଦମ୍ମାମ ଓ ମଦିନାକୁ ଯାଉଥିବା ଏବଂ ସେଠାରୁ ଆସୁଥିବା ସମସ୍ତ ବିମାନ ଚଳାଚଳ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବାତିଲ କରାଯାଇଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସାଉଦି ଆରବରେ ବଦଳୁଥିବା ପରିସ୍ଥିତିକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହାର ପ୍ରଭାବରେ ଉକ୍ତ ଚାରିଟି ସହରକୁ ଯାତ୍ରା କରିବାକୁ ଥିବା ଏବଂ ସେଠାରୁ ଭାରତ ଫେରିବାକୁ ଯୋଜନା କରିଥିବା ଯାତ୍ରୀଙ୍କ ଉଡ଼ାଣ କାର୍ଯ୍ୟସୂଚୀ ପ୍ରଭାବିତ ହେବ। ତେଣୁ ଯାତ୍ରୀମାନେ ବିମାନବନ୍ଦରକୁ ଯିବା ପୂର୍ବରୁ ନିଜ ଫ୍ଲାଇଟ୍‌ର ସ୍ଥିତି ଯାଞ୍ଚ କରିବା ଆବଶ୍ୟକ।

ଇଣ୍ଡିଗୋର ଏହି ଘୋଷଣା ପରେ ସାଉଦି ଆରବ ଯାତ୍ରା କରୁଥିବା ଯାତ୍ରୀଙ୍କୁ ନିଜ ଯାତ୍ରା ଯୋଜନାରେ ପରିବର୍ତ୍ତନ କରିବାକୁ ପଡ଼ିପାରେ। ବିମାନ ଚଳାଚଳ ପୁଣି କେବେ ସ୍ୱାଭାବିକ ହେବ, ସେନେଇ କମ୍ପାନୀର ପରବର୍ତ୍ତୀ ଘୋଷଣା ଉପରେ ନଜର ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories