Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Hormuz Strait Ship Sinking: ସମୁଦ୍ରରେ ଭାସୁଛି iPhone ସମେତ ଦାମୀ ସାମଗ୍ରୀ, ୨,୫୦୦ରୁ ଅଧିକ କଣ୍ଟେନର ଥିବା ଜାହାଜ ବୁଡ଼ିଲା

ନୂଆଦିଲ୍ଲୀ: ହର୍ମୁଜ୍‌ ପ୍ରଣାଳୀ ନିକଟରେ ୨,୫୦୦ରୁ ଅଧିକ କଣ୍ଟେନର ବୋଝେଇ ଏକ ବଡ଼ ମାଲବାହୀ ଜାହାଜ ବୁଡ଼ିଯାଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ପରେ ସମୁଦ୍ରରେ iPhone ସମେତ ବିଭିନ୍ନ ଦାମୀ ସାମଗ୍ରୀ ଭାସୁଥିବା ଦାବି କରାଯାଇଛି। ଜାହାଜଟିରେ ବହୁ ପରିମାଣର ସାମଗ୍ରୀ ଥିବାରୁ ଏହା ବୁଡ଼ିଯିବା ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଛି।

ଇରାନର ରିଭୋଲ୍ୟୁସନାରୀ ଗାର୍ଡ ନୌସେନା ଦାବି କରିଛି ଯେ, ଜାହାଜଟି ଏକ ସମୁଦ୍ର ମାଇନ୍‌ରେ ଧକ୍କା ଖାଇବା ପରେ ଏଥିରେ ନିଆଁ ଲାଗିଥିଲା। ତେବେ ଜାହାଜ ବୁଡ଼ିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ପୂର୍ବରୁ ଅଜଣା ପ୍ରୋଜେକ୍ଟାଇଲ୍‌ ଦ୍ୱାରା ଏକ ଜାହାଜ ଆକ୍ରମଣର ଶିକାର ହୋଇଥିବା ଖବର ଆସିଥିଲା। ବର୍ତ୍ତମାନ ବୁଡ଼ିଥିବା ଜାହାଜଟି ସେହି ଜାହାଜ କି ନୁହେଁ, ତାହା ମଧ୍ୟ ନିଶ୍ଚିତ ହୋଇନାହିଁ।

ହର୍ମୁଜ୍‌ ପ୍ରଣାଳୀ ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ହୋଇଥିବାରୁ ଏହି ଘଟଣା ପରେ ଅଞ୍ଚଳର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଏହି ଜଳପଥ ଦେଇ ଅନ୍ତର୍ଜାତୀୟ ବାଣିଜ୍ୟ ଓ ତୈଳ ପରିବହନ ହେଉଥିବାରୁ ଏଠାରେ କୌଣସି ଅଘଟଣର ପ୍ରଭାବ ବ୍ୟାପକ ହୋଇପାରେ। ତେବେ ଜାହାଜରେ କେତେ ପରିମାଣର ସାମଗ୍ରୀ ନଷ୍ଟ ହୋଇଛି ଏବଂ ଏହାର ବୁଡ଼ିବା ପଛରେ କେଉଁ କାରଣ ରହିଛି, ସେନେଇ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories