MS Dhoni IPL Future: IPLରେ ଖେଳିବା ନେଇ ଧୋନିଙ୍କ ସଙ୍କେତ, ଫିଟନେସ୍ ପରୀକ୍ଷା ପରେ ନେବେ ନିଷ୍ପତ୍ତି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମ୍ଏସ୍ ଧୋନିଙ୍କ IPL ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଆଉ ଗୋଟିଏ ସିଜନ୍ ଖେଳିବେ କି ନାହିଁ, ସେନେଇ ଡିସେମ୍ବର ପୂର୍ବରୁ ନିଷ୍ପତ୍ତି ନିଆଯାଇପାରେ ବୋଲି ସଙ୍କେତ ଦେଇଛନ୍ତି। ବେଙ୍ଗାଲୁରୁରେ ଏକ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଧୋନି ଏହି ପ୍ରସଙ୍ଗରେ ମତ ରଖିଥିଲେ।
ଫିଟନେସ୍ ସମସ୍ୟା, ବିଶେଷକରି ପିଣ୍ଡିରେ ଯନ୍ତ୍ରଣା ଯୋଗୁଁ ଧୋନି IPL ୨୦୨୬ର ସମସ୍ତ ମ୍ୟାଚ୍ରୁ ଦୂରେଇ ରହିଥିଲେ। କାର୍ଯ୍ୟକ୍ରମରେ ତାଙ୍କୁ ଆଉ ଏକ ସିଜନ୍ ଖେଳିବାକୁ ଚାହୁଁଛନ୍ତି କି ବୋଲି ପଚରାଯାଇଥିଲା। ଏହାର ଉତ୍ତରରେ ସେ ମଜାଳିଆ ଢଙ୍ଗରେ କହିଥିଲେ, “ ମୋତେ ପ୍ରଥମେ ପରୀକ୍ଷା ଦେବାକୁ ପଡ଼ିବ।” ତାଙ୍କର ଏହି ମନ୍ତବ୍ୟରୁ ପରବର୍ତ୍ତୀ ସିଜନ୍ରେ ଖେଳିବା ନେଇ ତାଙ୍କ ଫିଟନେସ୍ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ସ୍ପଷ୍ଟ ହେଉଛି।
ତେବେ IPLରେ ଧୋନିଙ୍କ ଭବିଷ୍ୟତକୁ ନେଇ ଏଯାଏଁ କୌଣସି ଚୂଡ଼ାନ୍ତ ଘୋଷଣା ହୋଇନାହିଁ। ସେ ଆଉ ଗୋଟିଏ ସିଜନ୍ ଖେଳିବେ କି ନାହିଁ, ତାହା ତାଙ୍କ ଶାରୀରିକ ସ୍ଥିତି ଓ ଫିଟନେସ୍ ପରୀକ୍ଷା ପରେ ସ୍ପଷ୍ଟ ହୋଇପାରେ। ଧୋନିଙ୍କ ପରବର୍ତ୍ତୀ ନିଷ୍ପତ୍ତିକୁ ନେଇ ତାଙ୍କ ପ୍ରଶଂସକ ଓ IPL ଅନୁଗାମୀଙ୍କ ନଜର ରହିଛି।

