Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Cyclone Arnab Update: ଆନ୍ଧ୍ର ଉପକୂଳ ଆଡ଼କ ଗତି କରିଛି ବାତ୍ୟା, ଭୁବନେଶ୍ୱରରେ ଘନ ମେଘ ସହ ବର୍ଷା

ଭୁବନେଶ୍ୱର:ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଭୁବନେଶ୍ୱରରେ ସକାଳୁ ଝିପିଝିପି ବର୍ଷା ସହ ଆକାଶ ଘନ ମେଘରେ ଢାଙ୍କି ହୋଇଯାଇଛି। ସକାଳ ପ୍ରାୟ ୯ଟାରୁ ରାଜଧାନୀରେ ଅନ୍ଧାରୁଆ ପାଗ ଦେଖାଦେଇଥିବା ବେଳେ ପବନର ବେଗ ମଧ୍ୟ ବଢ଼ୁଛି। ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ ସମେତ ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷା ହେଉଛି।

ଭାରତୀୟ ପାଣିପାଗ ବିଭାଗ (IMD)ର ୨୭ ଅକ୍ଟୋବର ଭୋର ବୁଲେଟିନ୍‌ ଅନୁସାରେ, ବାତ୍ୟା ଅର୍ଣ୍ଣବ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏହା ଘଣ୍ଟାପ୍ରତି ପ୍ରାୟ ୨୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆନ୍ଧ୍ରପ୍ରଦେଶ ଓ ୟାନମ୍‌ ଉପକୂଳ ଆଡ଼କୁ ମୁହାଁଉଛି। IMDର ପୂର୍ବାନୁମାନ ଅନୁସାରେ, ଅକ୍ଟୋବର ୨୮ ପୂର୍ବାହ୍ନରେ ବାପଟଲା ଓ ବିଶାଖାପାଟଣା ମଧ୍ୟରେ ୟାନମ୍‌ ନିକଟରେ ଏହା ଉପକୂଳ ଅତିକ୍ରମ କରିପାରେ।

ଉପକୂଳ ଅତିକ୍ରମ ସମୟରେ ବାତ୍ୟାର ପବନ ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ପୂର୍ବାନୁମାନ ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନ ଜାରି ରହିଥିବାରୁ ପାଣିପାଗର ପରିବର୍ତ୍ତନ ଉପରେ ନଜର ରଖାଯାଇଛି। ଲୋକଙ୍କୁ IMD ଓ ସ୍ଥାନୀୟ ପ୍ରଶାସନର ସଦ୍ୟତମ ସତର୍କ ସୂଚନା ଅନୁସରଣ କରିବାକୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ