Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Dubai Gold District: ଦୁବାଇରେ ତିଆରି ହେବ ସୁନାର ପାଦଚଲା ରାସ୍ତା, ୨୦୨୬ ଶେଷ ସୁଦ୍ଧା ଖୋଲିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଆକର୍ଷଣ ଓ ନୂଆ ନିର୍ମାଣ ପାଇଁ ପରିଚିତ ଦୁବାଇ ଏବେ ଆଉ ଏକ ନୂଆ ପର୍ଯ୍ୟଟନ ଆକର୍ଷଣ ଆଣିବାକୁ ଯୋଜନା କରୁଛି। ଦୁବାଇର ଦେଇରା ଅଞ୍ଚଳରେ ନୂଆକରି ବିକଶିତ ହେଉଥିବା Dubai Gold Districtରେ ୨୪ କ୍ୟାରେଟ୍‌ ସୁନା ବ୍ୟବହାର କରି ଏକ ପଦଚଲା ରାସ୍ତା ତିଆରି କରାଯିବ। ଏହି ଆକର୍ଷଣ ପର୍ଯ୍ୟଟକଙ୍କ ପାଇଁ ନୂଆ ଅନୁଭୂତି ଆଣିବ ବୋଲି ଆଶା କରାଯାଉଛି।
Dubai Gold Districtର ବାଣିଜ୍ୟିକ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ରଶିଦ ଅଲ୍‌ ହରମୌଦିଙ୍କ ସୂଚନା ଅନୁସାରେ, ଏହି ସୁନାର ପଦଚଲା ରାସ୍ତାକୁ ୨୦୨୬ ଶେଷ ହେବା ପୂର୍ବରୁ ଖୋଲିବାକୁ ଯୋଜନା ରହିଛି। ଏହା ଆସନ୍ତା ଦୁଇ ମାସ ମଧ୍ୟରେ ମଧ୍ୟ ଖୋଲିପାରେ। ତେବେ ଉଦ୍‌ଘାଟନର ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ଘୋଷଣା ହୋଇନାହିଁ।
ଦୁବାଇରେ ସୁନା ବ୍ୟବସାୟ ଓ ବିଳାସପୂର୍ଣ୍ଣ ପର୍ଯ୍ୟଟନକୁ ନୂଆ ଭାବେ ଉପସ୍ଥାପନ କରିବାରେ ଏହି ପ୍ରକଳ୍ପ ଗୁରୁତ୍ୱ ବହନ କରିପାରେ। ୨୪ କ୍ୟାରେଟ୍‌ ସୁନାରେ ନିର୍ମିତ ପଦଚଲା ରାସ୍ତା ଖୋଲିଲେ ଏହା ପର୍ଯ୍ୟଟକଙ୍କ ପାଇଁ ଏକ ଅନନ୍ୟ ଆକର୍ଷଣ ହେବ। ତେବେ ରାସ୍ତାର ନିର୍ମାଣ ପ୍ରଣାଳୀ ଓ ସୁନାର ବ୍ୟବହାର ସମ୍ପର୍କିତ ବିସ୍ତୃତ ତଥ୍ୟ ଏଯାଏଁ ପ୍ରକାଶ ପାଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories