Train Travel Alert: ରେଳବାଇର ବଡ଼ ନିଷ୍ପତ୍ତି!ରାତି ୧୧ଟା ପରେ ଟ୍ରେନ୍ରେ ମୋବାଇଲ୍ ଚାର୍ଜିଂ ବନ୍ଦ!
ନୂଆଦିଲ୍ଲୀ : ରେଳଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଟ୍ରେନ୍ର କୋଚ୍ରେ ଥିବା ମୋବାଇଲ୍ ଚାର୍ଜିଂ ପଏଣ୍ଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି। ରେଳ ବୋର୍ଡ ସମସ୍ତ ଜୋନାଲ୍ ରେଳବାଇକୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରାଇବାକୁ କହିଛି।
ଦକ୍ଷିଣ ପୂର୍ବ ରେଳବାଇରେ ଚାର୍ଜିଂ ସମୟରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରୁ ଧୂଆଁ ବାହାରିବା ସହ ବିସ୍ଫୋରଣ ଘଟିଥିବା ଘଟଣା ପରେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ନିର୍ଦ୍ଦେଶ ଅନୁସାରେ, ଟ୍ରେନ୍ରେ ନିୟୋଜିତ କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଚାର୍ଜିଂ ପଏଣ୍ଟ ବନ୍ଦ କରିବେ।
ଏହି ନିୟମର ଠିକ୍ ଭାବେ ପାଳନ ହେଉଛି କି ନାହିଁ, ତାହା ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ ଅଚାନକ ନିରୀକ୍ଷଣ କରିବା ସହ କର୍ମଚାରୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେବାକୁ କୁହାଯାଇଛି। ଏହି ନିୟମରେ କୌଣସି ବ୍ୟତିକ୍ରମ ରହିବ ନାହିଁ ବୋଲି ରେଳ ବୋର୍ଡ ସ୍ପଷ୍ଟ କରିଥିବା ଖବରରେ ଉଲ୍ଲେଖ ରହିଛି।

