Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆୟକର ନିରୀକ୍ଷକଙ୍କୁ ମହଙ୍ଗା ପଡ଼ିଲା ଲାଞ୍ଚ ମାଗିବା, ୧୫ ଲକ୍ଷ ଟଙ୍କା ନେଉଥିବା ବେଳେ CBIର ଚଢ଼ାଉ

ମୁମ୍ବାଇ: ମୁମ୍ବାଇରେ ଲାଞ୍ଚ ନେବା ଅଭିଯୋଗରେ ଜଣେ ଆୟକର ନିରୀକ୍ଷକଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)। ଅଭିଯୁକ୍ତ ସୁଭାଷ କୁମାର ଯାଦବ ମୁମ୍ବାଇର ସ୍କିଣ୍ଡିଆ ହାଉସ୍‌ସ୍ଥିତ ଆୟକର ବିଭାଗର ଇନ୍‌ଭେଷ୍ଟିଗେସନ୍ ୱିଙ୍ଗ୍‌ରେ ନିଯୁକ୍ତ ଥିଲେ। ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ୨୭ ଅକ୍ଟୋବର ୨୦୨୬ରେ CBI ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ଅଭିଯୋଗ ଅନୁସାରେ, ଆୟକର ବିଭାଗର ବେନାମୀ ସମ୍ପତ୍ତି ନିଷେଧ ୟୁନିଟ୍‌ରେ ବିଚାରାଧୀନ ଥିବା ଏକ ମାମଲା ବନ୍ଦ କରିବା ପାଇଁ ନିରୀକ୍ଷକ ଜଣକ ଅଭିଯୋଗକାରୀଙ୍କୁ ୨୦ ଲକ୍ଷ ଟଙ୍କା ମାଗିଥିଲେ। ପରେ ଏହି ରାଶି ୧୫ ଲକ୍ଷ ଟଙ୍କାକୁ ଖସିଥିଲା। ଯୋଜନା ଅନୁସାରେ CBI ଜାଲ ବିଛାଇଥିଲା ଏବଂ ଅଭିଯୁକ୍ତ ଜଣକ ୧୫ ଲକ୍ଷ ଟଙ୍କା ନେଉଥିବା ସମୟରେ ତାଙ୍କୁ ଧରିଥିଲା।

ଗିରଫ ପରେ ଅଭିଯୁକ୍ତଙ୍କ ବିଭିନ୍ନ ଠିକଣାରେ ତଲାସି କରି ଆପତ୍ତିଜନକ କାଗଜପତ୍ର ସହ ୧୧ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ପରେ ତାଙ୍କୁ ମୁମ୍ବାଇର ସକ୍ଷମ ଅଦାଲତରେ ହାଜର କରାଯିବାରୁ ଅଦାଲତ ଦୁଇ ଦିନ ପାଇଁ ପୁଲିସ ହେପାଜତକୁ ପଠାଇଛନ୍ତି। ଅକ୍ଟୋବର ୩୦ ପର୍ଯ୍ୟନ୍ତ ତାଙ୍କୁ ହେପାଜତରେ ରଖାଯିବ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ