6yrs Boy Wins ₹50 Lakh SUV: ୨୦୦ ଟଙ୍କାର କୁପନ୍ ଜିତାଇଲା ୫୦ ଲକ୍ଷର ଫର୍ଚୁନର୍! ୬ ବର୍ଷର ପୁଅ ହେଲେ ଭାଗ୍ୟଶାଳୀ ବିଜେତା
ମଧ୍ୟପ୍ରଦେଶ: ମାତ୍ର ୨୦୦ ଟଙ୍କାର ଏକ ଲକି ଡ୍ର’ କୁପନ୍ ବଦଳାଇଦେଲା ଗୋଟିଏ ପରିବାରର ଭାଗ୍ୟ! ମଧ୍ୟପ୍ରଦେଶର ବୁରହାନପୁରର ରାଇକୱାର ପରିବାରକୁ ମିଳିଛି ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ଟୟୋଟା ଫର୍ଚୁନର୍ କାର୍। ଏହି ଖୁସିର ଖବରର କେନ୍ଦ୍ରରେ ରହିଛନ୍ତି ମାତ୍ର ୬ ବର୍ଷର ବାଳକ ବେଦାଂଶ ରାଇକୱାର।
ସୂଚନା ଅନୁସାରେ, ଗତବର୍ଷ ଅଭାପୁରୀ ଧାମରେ ଆୟୋଜିତ ଏକ ଗରବା ଉତ୍ସବରେ ତାଙ୍କ ଜେଜେମା’ ୨୦୦ ଟଙ୍କା ଦେଇ ଏକ ଲକି ଡ୍ର’ କୁପନ୍ କିଣିଥିଲେ। ସେହି କୁପନ୍ରେ ନିଜ ନାତି ବେଦାଂଶଙ୍କ ନାମ ଲେଖାଇଥିଲେ। ଏହି ଛୋଟିଆ କୁପନ୍ଟି ଦିନେ ଏତେ ବଡ଼ ପୁରସ୍କାର ଜିତାଇବ ବୋଲି ପରିବାର ଲୋକେ ଭାବି ନଥିଲେ।
ଗତବର୍ଷ ହୋଇଥିବା ଏହି ଲକି ଡ୍ର’ରେ ବେଦାଂଶ ବିଜେତା ଭାବେ ଚୟନ ହୋଇଥିଲେ। ତେବେ ପୁରସ୍କାର ସ୍ୱରୂପ ମିଳିବାକୁ ଥିବା ଫର୍ଚୁନର୍ କାର୍ଟି ଚଳିତବର୍ଷ ପରିବାରକୁ ହସ୍ତାନ୍ତର କରାଯାଇଛି। ମାତ୍ର ୨୦୦ ଟଙ୍କାର କୁପନ୍ରୁ ୫୦ ଲକ୍ଷ ଟଙ୍କାର କାର୍ ପାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

