Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Mumbai Indians Captaincy: ୨୦୨୭ IPLରେ ପୁଣି ଦଳର ନେତୃତ୍ୱ ନେଇପାରନ୍ତି ରୋହିତ ଶର୍ମା! ହାର୍ଦ୍ଦିକଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ୨୦୨୭ ଆଇପିଏଲ୍‌ ସିଜନ୍‌ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦକୁ ନେଇ ଚର୍ଚ୍ଚା ବଢ଼ିଛି। ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ରୋହିତ ଶର୍ମା ପୁଣି ଦଳର ନେତୃତ୍ୱ ନେଇପାରନ୍ତି। ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚଥର ଆଇପିଏଲ୍‌ ଟାଇଟଲ୍‌ ଜିତିଛି। ଏହି ସଫଳତା ସହ ସେ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌. ଧୋନିଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି।

ଏହି ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର କୋଚିଂ ଟିମ୍‌ରେ ମଧ୍ୟ ବଡ଼ ଅଦଳବଦଳ ହୋଇଥିବା ଖବର ଆସିଛି। ମହେଲା ଜୟବର୍ଦ୍ଧନେଙ୍କ ସ୍ଥାନରେ କିରନ୍‌ ପୋଲାର୍ଡଙ୍କୁ ନୂଆ ମୁଖ୍ୟ କୋଚ୍‌ ଦାୟିତ୍ୱ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି। ରବିନ୍‌ ଉଥାପ୍ପା ବ୍ୟାଟିଂ କୋଚ୍‌, ମିଚେଲ୍‌ ମ୍ୟାକ୍‌କ୍ଲେନାଘନ୍‌ ବୋଲିଂ କୋଚ୍‌, ଟି. ଦିଲୀପ ଫିଲ୍ଡିଂ କୋଚ୍‌ ଏବଂ ଧୱଲ କୁଲକର୍ଣ୍ଣି ଡେଭଲପମେଣ୍ଟ ବୋଲିଂ କୋଚ୍‌ ଭାବେ ଦାୟିତ୍ୱ ନେଇଥିବା ଜଣାପଡ଼ିଛି। ତେବେ ଆଇପିଏଲ୍‌ ୨୦୨୬ରେ ଦଳ ୧୪ଟି ମ୍ୟାଚ୍‌ରୁ ମାତ୍ର ୪ଟି ଜିତି ପଏଣ୍ଟ ଟେବୁଲ୍‌ରେ ନବମ ସ୍ଥାନରେ ରହିଥିଲା।

ଅନ୍ୟପଟେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସହ ଭବିଷ୍ୟତକୁ ନେଇ ମଧ୍ୟ ଅନିଶ୍ଚିତତା ରହିଛି। ତାଙ୍କୁ ଅନ୍ୟ ଦଳକୁ ଟ୍ରେଡ୍‌ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ରୋହିତଙ୍କୁ ପୁଣି ଅଧିନାୟକ କରିବା କିମ୍ବା ହାର୍ଦ୍ଦିକଙ୍କୁ ଦଳରୁ ବଦଳାଇବା ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏପର୍ଯ୍ୟନ୍ତ ଔପଚାରିକ ଘୋଷଣା ହୋଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories