India A Women vs England ‘A’: ଭାରତ ଗସ୍ତରେ ଆସିବ ଇଂଲଣ୍ଡ ଏ ମହିଳା ଦଳ, ୩ଟି ଫର୍ମାଟ୍ରେ ଖେଳାଯିବ ୭ଟି ମ୍ୟାଚ୍
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ର ଯୁବ ଖେଳାଳିଙ୍କୁ ନିଜ ପ୍ରତିଭା ଦେଖାଇବାକୁ ମିଳିବ ଆଉ ଏକ ବଡ଼ ସୁଯୋଗ। ଇଂଲଣ୍ଡ ଏ ମହିଳା କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସି ତିନୋଟି ଫର୍ମାଟ୍ରେ ମ୍ୟାଚ୍ ଖେଳିବ। ଏହି ସିରିଜ୍ ପାଇଁ ମହିଳା ଚୟନ କମିଟି ଇଣ୍ଡିଆ ଏ’ର ତିନୋଟି ଅଲଗା ଦଳ ଘୋଷଣା କରିଛି।
ଏହି ଗସ୍ତରେ ଉଭୟ ଦଳ ମଧ୍ୟରେ ୩ଟି ଟି-୨୦, ୩ଟି ଦିନିକିଆ ଏବଂ ଗୋଟିଏ ମଲ୍ଟି-ଡେ ମ୍ୟାଚ୍ ଖେଳାଯିବ। ଟି-୨୦ ସିରିଜ୍ର ସମସ୍ତ ମ୍ୟାଚ୍ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ।
ସେହିପରି ଦିନିକିଆ ସିରିଜ୍ ଏବଂ ମଲ୍ଟି-ଡେ ମ୍ୟାଚ୍ର ଆୟୋଜନ କରିବ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍। ତିନୋଟି ଫର୍ମାଟ୍ରେ ଏହି ସିରିଜ୍ ଯୁବ ଭାରତୀୟ ଖେଳାଳିଙ୍କୁ ନିଜ ଦକ୍ଷତା ପ୍ରମାଣ କରିବା ସହ ଅଭିଜ୍ଞତା ହାସଲ କରିବାର ସୁଯୋଗ ଦେବ।

