Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kareena Kapoor Necklace Controversy: କୁରାନ୍‌ର ଆୟତ ଲେଖାଥିବା ହାର ପିନ୍ଧିବାକୁ ନେଇ କରୀନା ଓ ରିୟା କପୁରଙ୍କୁ କଂଗ୍ରେସ ନେତାଙ୍କ ଆଇନଗତ ନୋଟିସ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁରଙ୍କ ଦୀପାବଳି ଲୁକ୍‌ରେ ପିନ୍ଧିଥିବା ଏକ ଦାମୀ ହାରକୁ ନେଇ ବିବାଦ ଦେଖାଦେଇଛି। ପ୍ରାୟ ୩୦ କ୍ୟାରେଟ୍‌ର ପନ୍ନା ରତ୍ନ ଲାଗିଥିବା ଏହି ହାରର ପେଣ୍ଡେଣ୍ଟରେ କୁରାନ୍‌ର ଏକ ଆୟତ ଲେଖାଥିବା କୁହାଯାଉଛି। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ଏହି ଘଟଣାକୁ ନେଇ କଂଗ୍ରେସ ନେତା ଅବ୍ବାସ ହଫିଜ୍ କରୀନା କପୁର ଓ ରିୟା କପୁରଙ୍କୁ ଆଇନଗତ ନୋଟିସ୍ ପଠାଇଛନ୍ତି। ହାରରେ ଧାର୍ମିକ ଗ୍ରନ୍ଥର ଆୟତ ଲେଖାଥିବା ପ୍ରସଙ୍ଗକୁ ନେଇ ସେ ଆପତ୍ତି ଉଠାଇଥିବା ଜଣାପଡ଼ିଛି।

ତେବେ ଏହାର ଜବାବରେ ଏପର୍ଯ୍ୟନ୍ତ କରୀନା କିମ୍ବା ରିୟା କପୁରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ | ପ୍ରତିକ୍ରିୟା ମିଳିବା ପରେ ହିଁ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories